କୋଲକାତା: ଶପଥ ଗ୍ରହଣ ଦିନକ ପରେ ସୋମବାର ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ବିଭାଗ ବଣ୍ଟନ କରିଛନ୍ତି । ତିନି କ୍ୟାବିନେଟ୍ ମନ୍ତ୍ରୀ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ରା ପଲ୍ ଏବଂ ନିଶିଥ ପରମାଣିକଙ୍କୁ ଦୁଇ ଦୁଇଟି ବିଭାଗ ବଣ୍ଟନ କରାଯାଇଛି । ସେହିପରି ଖୁଦିରାମ ଟୁଡୁ ଏବଂ ଅଶୋକ କିର୍ତ୍ତନିଆଙ୍କୁ ଗୋଟିଏ ଲେଖାଏ ବିଭାଗ ଦିଆଯାଇଛି ।
ବିଜେପି ବରିଷ୍ଠ ନେତା ଦିଲ୍ଲୀପ ଘୋଷଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ପ୍ରାଣୀ ବିକାଶ ମନ୍ତ୍ରାଳୟ ମିଳିଛି । ଅନ୍ୟପକ୍ଷରେ କ୍ୟାବିନେଟରେ ଥିବା ଏକମାତ୍ର ମହିଳା ମନ୍ତ୍ରୀ ଅଗ୍ନିମିତ୍ରା ପଲଙ୍କୁ ଦୁଇଟି ବିଭାଗର ଦାୟିତ୍ୱ ମିଳିଛି । ଅଗ୍ନିମିତ୍ରା ମହିଳା ଓ ଶିଶୁ ବିକାଶ ସହିତ ମହାନଗର ନିଗମ ବିଭାଗ ଦାୟିତ୍ୱ ବହନ କରିବେ ।
ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରି ନିଶିତ ପ୍ରାମଣିକକୁ ମଧ୍ୟ ଉତ୍ତର ବେଙ୍ଗଲ ବିକାଶ ଏବଂ ଯୁବ ବିକାଶ ଓ କ୍ରୀଡ଼ା ମନ୍ତ୍ରାଳୟ ସମ୍ଭାଳିବେ । ଖୁଦିରାମ ଟୁଡୁଙ୍କୁ ଆଦିବାସୀ ଉନ୍ନୟନ ବିଭାଗ ଦିଆଯାଇଥିବାବେଳେ ଅଶୋକ କିର୍ତ୍ତନିଆଙ୍କୁ ଖାଦ୍ୟ ଯୋଗାଣ ବିଭାଗ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ ନିଜ ପାଖରେ କେଉଁ ବିଭାଗ ରଖିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।
ଉଲ୍ଲେଖ ଯୋଗ୍ୟ, ଗତ ଶନିବାର ଶୁଭେନ୍ଦୁ ଅଧିକାରୀ ତାଙ୍କର ୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ଶପଥ ଗ୍ରହଣ କରିଥିଲେ । ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ 6ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେଗୁଡ଼ିକ ହେଲା ସୀମାରେ ଅନୁପ୍ରବେଶ ରୋକିବାକୁ ତାରବାଡ଼ ନିର୍ମାଣା ପାଇଁ ବିଏସ୍ଏଫ୍ ଜମି ପ୍ରଦାନ, ଶିକ୍ଷକତା ପାଇଁ ବୟସ ସୀମା ବୃଦ୍ଧି, ଆୟୁଷ୍ମାନ ଯୋଜନା ଲାଗୁ, ବିଏନ୍ଏସ୍ ଲାଗୁ କରିବା, ୩୨୧ ପୀଡ଼ିତଙ୍କ ପୁନଃତଦନ୍ତ ଏବଂ ପଶ୍ଚିମବଙ୍ଗ କ୍ୟାଡର୍ ଆଇଏଏସ୍ ଓ ଆଇପିଏସ୍ ଙ୍କୁ କେନ୍ଦ୍ରୀୟ ତାଲିମ ଦେବା ।