ଛତିଶଗଡ଼: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହେବା ପରେ ଗୁଳିବିନିମୟ ହୋଇଥିଲା। ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ମାଓବାଦୀ ଦୁଇ ଜଣ ହେଲେ ଜଣେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ବିଜୟ ଏବଂ DVCM କ୍ୟାଡ଼ର ମାଓବାଦୀ ଲୋକେଶ ସଲାମେ ବୋଲି ଜଣାପଡିଛି ।
ଦୀର୍ଘ ବର୍ଷ ହେଲା ଏ ଦୁହେଁ ସଂଗଠନରେ ବେଶ୍ ସକ୍ରିୟ ରହିଥିଲେ ବୋଲି ଏସ୍ ପି ଓ୍ବାଇ ପି ସିଂହ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏବେବି ଘଟଣାସ୍ତଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ତେବେ ବିଶେଷ ସୂତ୍ରରୁ ଖବରପାଇ, ଚାଇବାସା ପୋଲିସ ଓ ସିଆରପିଏଫ୍ ୨୦୯ ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସରଣ୍ଡା ଜଙ୍ଗଲର ପୋଷେଇତା ଓ ତୁମ୍ବାଗୁଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଥିଲା । ସେହିପରି ଗତକାଲି ମିଳିତ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟପ୍ ମାଓ ନେତା ଏରିଆ କମାଣ୍ଡର ଅରୁଣର ମୃତ୍ୟୁ ହୋଇଥିଲା । ମାଓବାଦୀଙ୍କ ଟପ୍ କ୍ୟାଡ଼ର ନେତା ଆସନ୍ତା ଅଗଷ୍ଟ ୧୫ରେ ଏକ ବଡ଼ ଧରଣର କାଣ୍ଡ କରିବା ପାଇଁ ଏକତ୍ରିତ ହୋଇଥିବା ସୂଚନା ମିଳିଥିଲା ।