ନାଗପୁର: କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଭାରତକୁ ଏକ ମହାଶକ୍ତି ଏବଂ ବିଶ୍ୱ ଗୁରୁ ଦର୍ଶାଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ଭାରତ ପ୍ରତିଟି କ୍ଷେତ୍ରରେ ମଜବୁତ ହୋଇଯିବ ତେବେ ଦୁନିଆ ନିଶ୍ଚିତ ଭାବେ ଆମ କଥା ଶୁଣିବ । ନାଗପୁରରେ ରାଷ୍ଟ୍ର ନିର୍ମାଣ ସମିତି(ସାମାଜିକ ସଂଗଠନ) ଦ୍ୱାରା ଆୟୋଜିତ ‘ଅଖଣ୍ଡ ଭାରତ ସଂକଳ୍ପ ଦିବସ’ କାର୍ଯ୍ୟକ୍ରମରେ ସଭାକୁ ସମ୍ବୋଧିତ କରି ଗଡକରୀ ଉପରୋକ୍ତ ବୟାନ ଦେଇଛନ୍ତି ।
ଗଡକରୀ କହିଛନ୍ତି, ଆମେ ଆଜିର ଦିନକୁ ମନେ ରଖିବା କାରଣ ଏହି ଦିନ ୧୯୪୭ରେ ଦେଶ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଭାରତ ଓ ପାକିସ୍ତାନ । ଆମେ ସମସ୍ତେ ଗୋଟିଏ ମିଶନ ରୂପେ ସ୍ୱୀକାର କରିବା ଯେ, ଆମ ଦେଶର ବିଭାଜନ ଅସ୍ୱୀକାର ଥିଲା ଏବଂ ଗୋଟିଏ ଦିନ ଦେଶ ଅଖଣ୍ଡ ଭାରତ ହୋଇଯିବ । ଏହି ସଂକଳ୍ପକୁ ଆମେ ଆଜିର କାର୍ଯ୍ୟକ୍ରମରେ ନେଉଛୁ । ଗଡକରୀ ଭାରତର ବିବିଧତାରେ ଏକତା ଏବଂ ଦେଶର ସଶସ୍ତ୍ର ବଳର ପ୍ରଶଂସା କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ଏବଂ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ସହ ଆତ୍ମ ନିର୍ଭର ଏବଂ ବିଶ୍ୱଗୁରୁ କରିବାର ସଂକଳ୍ପ ନେଇଛନ୍ତି । ଏହି ସବୁ ସଂକଳ୍ପ ପ୍ରତିଟି ଭାରତୀୟଙ୍କ ଉଦ୍ୟମରେ ହିଁ ସଫଳ ହୋଇ ପାରିବ । ଯଦି ଆମେ ପ୍ରତିଟି କ୍ଷେତ୍ରରେ ମଜବୁତ ହେବା ତେବେ ନିଶ୍ଚିତ ରୂପେ ଦୁନିଆ ଆମର କଥା ଶୁଣିବ । ଯେଉଁ ଲୋକେ ଅର୍ଥବ୍ୟବସ୍ଥା, ରକ୍ଷା, ବିଜ୍ଞାନ ଏବଂ ପ୍ରଦୌଗିକିରେ ମଜବୁତ ସହ କୃଷି ଏବଂ କାରବାରରେ ପ୍ରଗତି କରୁଛନ୍ତି ତଥା ଯେଉଁ ଦେଶର ନାଗରିକ ଦେଶଭକ୍ତ ଏବଂ ସୁସଂସ୍କୃତ, ସେହି ଦେଶ ହିଁ ବିଶ୍ୱ ଗୁରୁ ହୋଇ ପାରିବ ।