ଅହମ୍ମଦାବାଦ: ଦେଶରୁ ଚିହ୍ନଟ ହେଲା ଆଉ ଜଣେ ଏଚଏମପିଭି (HMPV) ଆନ୍ତ୍ରାନ୍ତ । ବେଙ୍ଗାଲୁରୁରେ ୨ ଜଣ ଶିଶୁ ଚିହ୍ନଟ ପରେ ଏବେ ଗୁଜୁରାଟର ଅହମ୍ମଦାବାଦର ୨ ମାସର ଶିଶୁ ଠାରେ ଏଚଏମପିଭିର ଆକ୍ରାନ୍ତ୍ର ଚିହ୍ନଟ ହୋଇଛି । ଦେଶରେ ଏବେ ମୋଟ୍ ଆକ୍ରାନ୍ତ୍ରଙ୍କ ସଂଖ୍ୟା ୩ରେ ପହଞ୍ଚିଲା । ସେପଟେ ଆକ୍ରାନ୍ତ୍ର ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଗୁଜୁରାଟ ସରକାରଙ୍କ ପକ୍ଷରୁ ନିଦେ୍ର୍ଦଶନାମା ଜାରି ହୋଇଛି ।
ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ୍ରଙ୍କ ମଧ୍ୟରେ ଜଣେ ୩ ମାସର ଶିଶୁ ରହିଥିବା ବେଳେ ଆଉ ଜଣେ ୮ମାସର ଶିଶୁ ରହିଛନ୍ତି । ତେବେ ୩ ମାସର ଶିଶୁଟି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି।