ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରିକ୍ଷା ଘୁଞ୍ଚାଇଲେ କେନ୍ଦ୍ର ସରକାର
Khabar Odisha:the-National-Testing-Agency-NTA-today-decided-to-reschedule-the-JEE-Main-May-2021

 

ନୁଆଦିଲ୍ଲୀ,ମେ ୪(ଖବର ଓଡିଶା); ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାରଙ୍କ ଚଳିତ ମେ ମାସରେ ଜାତୀୟ ପରିକ୍ଷ ଏଜଏନ୍ସି ଦ୍ୱାରା ହେବାକୁ ଥିବା ଜେଇଇ ମେନ୍‌(ମେ) ପରିକ୍ଷାକୁ ଘୁଞ୍ଚଇ ଦିଆଯାଇଛି । ତେବେ ଚଳିତ ମାସ୨୪-୨୮ ,୨୦୨୧ ମଧ୍ୟରେ ପରିକ୍ଷା ହେବା ନେଇ ପୁର୍ବରୁ ବିଜ୍ଞପ୍ତି ବାହାରିଥିଲା ବେଳେ ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି । 

ତେବେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ସଂପ୍ରତି ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିକ୍ଷର୍ଥୀ ମାନଙ୍କର ସୁରକ୍ଷା ଲାଗି ମେ ମାସରେ ହେବାକୁ ଥିବା ଜେଇଇ ମେନ୍ ପରିକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଏହା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପରିକ୍ଷା ପାଇଁ ଏନ୍‌ଟିଏ ସାଇଟ୍‌କୁ ଚେକ୍ କରିବାକୁ କହିଛନ୍ତି । 

ପୁର୍ବରୁ ଜେଇଇ ମେନ୍ (ଏପ୍ରିଲ) କୁ ଘୁଞ୍ଚାଇ ଦେଇଥିଲେ । ଏବେ ଉଭୟ ଏପ୍ରିଲ ଏବଂ ମେ ପରିକ୍ଷା ପାଇଁ ନୁତନ ତାରିଖ ଖୁବ ଶିଘ୍ର ନିର୍ଦ୍ଧାରଣ କରାଯିବ ।

  • Tags:

Subscribe

National International State Sports Entertainment