ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବେଞ୍ଚ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) ର ଆବେଦନକୁ ଖାରଜ କରିଛନ୍ତି । ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନ ଆୟୋଗକୁ ନିର୍ବାଚନ ବଣ୍ଡ ବିଷୟରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ ଟା ସୁଦ୍ଧା ଏହାର ଅଫିସିଆଲ ୱେବସାଇଟରେ ପ୍ରକାଶ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ଜୟା ଠାକୁର କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ଘଟଣାର ଗମ୍ଭୀରତା ବୁଝିବା ସହ ଆସନ୍ତାକାଲି ସୁଦ୍ଧା ସମସ୍ତ ଦଲିଲ ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଜୟା ଠାକୁର କହିଛନ୍ତି ସୁପ୍ରିମକୋର୍ଟଙ୍କ ଏହା ଏକ ବଡ଼ ନିଷ୍ପତ୍ତି ଏବଂ ମୁଁ ଏହାକୁ ସ୍ୱାଗତ କରୁଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଆବେଦନ ଶୁଣିବାବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏସବିଆଇକୁ କହିଥିଲେ ଦିଆଯାଇଥିବା ୨୬ ଦିନରେ କଣ କରୁଥିଲା ଏସବିଆଇ । ସେ କହିଛନ୍ତି ଯେ ଏସବିଆଇକୁ କେବଳ ସବିଶେଷ ତଥ୍ୟ ସଂଗ୍ରହ କରି ନିର୍ବାଚନ ଆୟୋଗଙ୍କୁ ସୂଚନା ଦେବାକୁ ଶୁଣାଣି ହୋଇଥିଲା, ତେବେ ଗତ ୨୬ ଦିନରେ ଆପଣ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ?ସୁପ୍ରିମକୋର୍ଟ ଏସବିଆଇକୁ ଚେତାବନୀ ଦେଇଛନ୍ତି ଯେ ଯଦି ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ଦାଖଲ ନହୁଏ, ତେବେ ଏହା ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବ।
ଅଧିକ ପଢନ୍ତୁ : ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା