ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା। ତେବେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଗ୍ରହଣ କରିଥିବା ସୂଚନା ମିଳିଛ। ପୂର୍ବରୁ ଭାରତର ନିର୍ବାଚନ ଆୟୋଗରେ ଗୋଟିଏ ପଦବୀ ଖାଲି ପଡିଥିଲା। ଏବେ ଅରୁଣ ଗୋଏଲଙ୍କ ଇସ୍ତଫା ପରେ କେନ୍ଦ୍ରୀୟ ନିର୍ବାଚନ କମିଶନରେ ଏବେ ୨ଟି କମିଶନର ପଦ ଖାଲିରହିଛି।
ସୂଚନା ମୁତାବକ , ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ। ପଞ୍ଜାବ କ୍ୟାଡରର ଆଇଏଏସ ଅଧିକାରୀ ହେଉଛନ୍ତି ଅରୁଣ ଗୋଏଲ। ସେ ନଭେମ୍ବର ୨୦୨୨ରେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଥିଲେ। ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ସେ ସମୟରେ ଅନେକ ବିବାଦ ଦେଖାଦେଇଥିଲା। ତେବେ ଅରୁଣ ଗୋଏଲଙ୍କ କାର୍ଯ୍ୟକାଳ ୨୦୨୭ ଡିସେମ୍ବର ୫ରେ ଶେଷ ହୋଇଥାନ୍ତା କିନ୍ତୁ ତା ପୂର୍ବରୁ ରାଷ୍ଟ୍ରପତିଙ୍କୁ ସେ ଇସ୍ତଫା ଦେଇଛନ୍ତି। ତେବେ ସେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନାହିଁ। ଅରୁଣ ଗୋଏଲଙ୍କ ଇସ୍ତଫା ପରେ ବର୍ତ୍ତମାନ କେନ୍ଦ୍ରୀୟ ନିର୍ବାଚନ କମିଶନରେ ଏବେ ୨ଟି କମିଶନର ପଦ ଖାଲିରହିଛି। ଏବେ କେବଳ ଜଣେ ମୁଖ୍ୟ ନିର୍ବାଚନ କମିଶନର ଭାବେ ରାଜୀବ କୁମାର ଦାୟିତ୍ୱ ସମ୍ଭାଳୁଛନ୍ତି।