ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତ ଏକ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ନିଜ ଜନ୍ମମାଟି ଝାଡ଼ଖଣ୍ଡରେ ଗୋଟେ ଜମି କିଣି ପାରନଥିବା କହିଛନ୍ତି । ଏଥିପାଇଁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଟ୍ୱିଟ୍ କରି ନିଜର ଦୁଃଖ ବଖାଣିଛନ୍ତି ।
ଋଷଭ ପନ୍ତ ପୋଷ୍ଟରେ ଲେଖିଛନ୍ତି ଯେ ସେ ଏବେ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି । କିନ୍ତୁ ସେ ନିଜର ଜନ୍ମ ସ୍ଥାନ ଉତ୍ତରାଖଣ୍ଡକୁ ଫେରିବାକୁ ଚାହାଁନ୍ତି । କିନ୍ତୁ କିଛିଟା ପ୍ରକ୍ରିୟା ପାଇଁ ସେ ଜମି ଅଧିଗ୍ରହଣ କରିପାରୁ ନାହାଁନ୍ତି । ବାରମ୍ବାର ଆଲୋଚନା କରି ମଧ୍ୟ ବିଫଳ ହୋଇଛନ୍ତି । ତିନି ବର୍ଷ ଧରି ଚେଷ୍ଟା କରିବା ସତ୍ତ୍ୱେ, ସେ ଏପର୍ଯ୍ୟନ୍ତ ଜମି ପାଇନାହାଁନ୍ତି । ଜଣେ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଭାବରେ ସେ ମାଗଣାରେ ନୁହେଁ ବରଂ ସରକାରୀ ସ୍ତରରେ ନିର୍ଦ୍ଧାରିତ ମୂଲ୍ୟ ଅନୁସାରେ ଜମି କିଣିବାକୁ ଚାହୁଁଛନ୍ତି । ତେଣୁ ତାଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଋଷଭ ପନ୍ତଙ୍କ ପୋଷ୍ଟ ପରେ ମୁଖ୍ୟମନ୍ତ୍ରୀ ଧାମି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଋଷଣ ଉତ୍ତରାଖଣ୍ଡର ଗର୍ବ। ଚମତ୍କାର ଖେଳ ଏବଂ ସଫଳତା ମାଧ୍ୟମରେ, ଦେଶ ଏବଂ ବିଶ୍ୱରେ 'ଦେବଭୂମି'କୁ ଗୌରବ ଆଣିଛନ୍ତି। ଆପଣଙ୍କ ଜନ୍ମଭୂମି ପ୍ରତି ଭଲ ପାଇବା ଏବଂ ଏଠାରେ ଯୋଗଦାନ ଦେବାର ଆପଣଙ୍କର ଇଚ୍ଛା ପ୍ରକୃତରେ ପ୍ରଶଂସନୀୟ । ତେଣୁ ତାଙ୍କର ସମସ୍ୟା ନେଇ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଶୀଘ୍ର ଋଷଭଙ୍କ ସହିତ ଯୋଗାଯୋଗ କରିବେ ଏବଂ ନିୟମ ଅନୁଯାୟୀ ସମସ୍ତ ସମ୍ଭାବ୍ୟ ସହାୟତା ସୁନିଶ୍ଚିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି ।
ଋଷଭ ପନ୍ତ ଉତ୍ତରାଖଣ୍ଡର ରୁରକିର ମୂଳ ବାସିନ୍ଦା । ରୁରକିରେ ତାଙ୍କର ଏକ ବଡ଼ ପୈତୃକ ଘର ଅଛି । ପ୍ରାୟ ୨,୦୦୦ ରୁ ୨,୫୦୦ ବର୍ଗ ଫୁଟ୍ ପରିମିତରେ ଘର ରହିଛି । ତାଙ୍କର ସ୍ୱର୍ଗତ ପିତା ରାଜେନ୍ଦ୍ର ପନ୍ତ ସେହିଠାରେ ଏକ ଘରୋଇ ବିଦ୍ୟାଳୟ ମଧ୍ୟ ଚଳାଉଥିଲେ । ଯାହା ଆଜି ବି କାର୍ଯ୍ୟକ୍ଷମ ରହିଛି ।
ପିଥୋରାଗଡ଼ ଜିଲ୍ଲାର ଗଙ୍ଗୋଲିହାଟ ବିକାଶ ବ୍ଲକରେ ଅବସ୍ଥିତ ପାଲି ଗାଁରେ କ୍ରିକେଟର ଋଷଭ ପନ୍ତଙ୍କର ଏକ ପୈତୃକ ଘର ମଧ୍ୟ ଅଛି । ତାଙ୍କର ଦୁଇ କାକା, ଜଗଦୀଶ ଚନ୍ଦ୍ର ପନ୍ତ ଏବଂ ହେମ ପନ୍ତ ଏହି ଗାଁରେ ରୁହନ୍ତି । ତାଙ୍କ ମାଆ ସମୟ ସମୟରେ ଯିବାଆସିବା କରନ୍ତି । ତେଣୁ ସେ ଉତ୍ତରାଖଣ୍ଡକୁ ଫେରିବାକୁ ଚାହୁଁଥିବା କହିଛନ୍ତି ।