ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ରାହୁଲ ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ 'ଛାତ୍ରଙ୍କ ଗୂଞ୍ଜ' କାର୍ଯ୍ୟକ୍ରମକୁ ନେଇ ଏକ ବଡ଼ ଏବଂ ସମାଲୋଚନାତ୍ମକ ମତ ରଖିଛନ୍ତି। ଦଳୀୟ ସ୍ତରରେ ଏହି ବୟାନ ସାମ୍ନାକୁ ଆସିବା ପରେ ରାଜନୈତିକ କରିଡରରେ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଶୁକ୍ରବାର ସ୍ୱୀକାର କରିଛନ୍ତି ଯେ, କକରୋଚ ଜନତା ପାର୍ଟି(ସିଜେପି) ପକ୍ଷରୁ ନିକଟରେ ହୋଇଥିବା ଛାତ୍ର ପ୍ରଦର୍ଶନ ଯେମିତି ପ୍ରଭାବ ପକାଇଥିଲା କଂଗ୍ରେସର କାର୍ଯ୍ୟକ୍ରମ ସେମିତି ପକାଇ ପାରିନି । ତେଣୁ ଦଳକୁ ଆହୁରି ଆତ୍ମମନ୍ଥନର ଆବଶ୍ୟକତା ରହିଛି ।
କଂଗ୍ରେସର ଏହି ଷ୍ଟୁଡେଣ୍ଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଆଶା କରାଯାଇଥିବା ମାତ୍ରାରେ ତୃଣମୂଳ ସ୍ତରରେ ପ୍ରଭାବ ପକାଇବାରେ ବିଫଳ ହୋଇଛି। ଯୁବପିଢ଼ି ଏବଂ ଛାତ୍ରବର୍ଗଙ୍କୁ ଦଳ ସହିତ ଯୋଡ଼ିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରାଯାଇଥିଲା, ତାହାର କାର୍ଯ୍ୟକାରିତାକୁ ନେଇ ବର୍ତ୍ତମାନ ଆଭ୍ୟନ୍ତରୀଣ ସମୀକ୍ଷା ଆବଶ୍ୟକ ହୋଇପଡ଼ିଛି ବୋଲି ଚର୍ଚ୍ଚା ହେଉଛି।
ଦେଶର ଯୁବବର୍ଗଙ୍କ ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରିବା ଏବଂ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଶଶି ଥରୁରଙ୍କ ଏହି ମନ୍ତବ୍ୟ ପରେ, ଆଗାମୀ ଦିନରେ ବିରୋଧୀ ଦଳଗୁଡ଼ିକ ଏହାକୁ ପ୍ରସଙ୍ଗ କରି କଂଗ୍ରେସକୁ ଘେରିବା ଆରମ୍ଭ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେଲେ କଂଗ୍ରେସକୁ ଏହାର କାର୍ଯ୍ୟଶୈଳୀରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ପଡ଼ିବ।
Also Read: ଭାରତ-ଇସ୍ରାଏଲ୍ ସଂପର୍କ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନେତାନ୍ୟାହୁ