ଦିଲ୍ଲୀ ପୋଲିସ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଦାବି ମାନିନେଇଛି ଏବଂ ପେଲେଟ୍ ଗନ୍ ମାମଲାରେ FIR ରୁଜୁ କରୁଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ପୀଡ଼ିତ ଲୋଚବଙ୍କୁ ନେଇ ସଂସଦ ମାର୍ଗ ଥାନାରେ ଧାରଣାରେ ବସିଛନ୍ତି। ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ FIR ରୁଜୁ କରୁଛି। ଏହି FIR ଘଟଣାର ୩୧ ଦିନ ପରେ ରୁଜୁ କରାଯାଉଛି।
ସେମାନେ ପୋଲିସ ଅଧିକାରୀଙ୍କ ବିରୋଧରେ FIR ଦାବି କରିଥିଲେ, ଯାହାକୁ ଦଳ ପକ୍ଷରୁ ବର୍ବରତା ବୋଲି କୁହାଯାଇଛି। ଅଭିଯୋଗ ରୁଜୁ କରିବାକୁ ମନା କରିବାରୁ ନେତାମାନେ ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ରାହୁଲ ଗାନ୍ଧୀ ପୋଲିସକୁ ଚେତାବନୀ ଦେଇଥିଲେ ଯେ, “ଯଦି ଆପଣ FIR ରୁଜୁ ନକରିବେ, ତେବେ ମୁଁ ୩୦ ଦିନ କିମ୍ବା ଛଅ ମାସ ପର୍ଯ୍ୟନ୍ତ ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିବି।”
ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ରାହୁଲ ଗାନ୍ଧୀଙ୍କ ଟିମ୍ ପକ୍ଷରୁ ଦିଆଯାଇଥିବା ଲିଖିତ ଅଭିଯୋଗ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସୂତ୍ରରୁ ପ୍ରକାଶ ଯେ, BNS ର କେଉଁ ଧାରା ଲାଗିବ? ତାହା FIR ରୁଜୁ ହେବା ପରେ ହିଁ ଜଣାପଡ଼ିବ।