ନୂଆଦିଲ୍ଲୀ: ସାରା ବିଶ୍ୱ ଯାହା ଉପରେ ନଜର ରଖିଛି, ଆଜି ସେହି ମୁହୂର୍ତ୍ତ ପହଁଚିଯାଇଛି । ଚୀନର ଦୃଶ୍ୟ ପୁଣି ଥରେ ଭାରତରେ ଦେଖିବାକୁ ମିଳିଛି । ଗୋଟିଏ କାରରେ ବସି ଯାତ୍ରା ଆରମ୍ଭ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାଷ୍ଟ୍ରପତି ପୁତିନ ଦିଲ୍ଲୀ ପାଲମ ବିମାନବନ୍ଦରରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ପ୍ରୋଟୋକଲ୍ ଭାଙ୍ଗି ବିମାନବନ୍ଦରରେ ପୁତିନଙ୍କୁ ସ୍ୱାଗତ କରିବାକୁ ପହଁଚି ଯାଇଥିଲେ । ମୋଦି ପୁତିନଙ୍କ ସହିତ ହାତ ମିଳାଇବା ସହିତ ଆଲିଙ୍ଗନ କରି ଭବ୍ୟ ସ୍ୱାଗତ କରିଥିଲେ । ଏହି ସମୟରେ, ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ବନ୍ଧୁତାର ଝଲକ ଦେଖିବାକୁ ମିଲିଥିଲା । ଭାରତରେ ପହଞ୍ଚିବା ପୂର୍ବରୁ, ପୁଟିନ କହିଥିଲେ, "ମୁଁ ମୋ ବନ୍ଧୁ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଅପେକ୍ଷା କରିଛି।" ଏହା ପରେ, ଦୁହେଁ ପ୍ରଧାନମନ୍ତ୍ରୀଙ୍କ କାରରେ ବିମାନବନ୍ଦର ଛାଡିଥିଲେ । ସେପଟେ ମୋଦି ଏବଂ ପୁତିନ ଗୋଟିଏ କାର ବସିଥିବାବେଳେ ସେଲଫି ନେବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି ପ୍ରଧାନମନ୍ତ୍ରୀ ତାଙ୍କୁ ଏକ ବ୍ୟକ୍ତିଗତ ରାତ୍ରୀଭୋଜନ ପାଇଁ ଆମନ୍ତ୍ରିତ କରିଛନ୍ତି ।
ରୁଷ-ୟୁକ୍ରେନ ଯୁଦ୍ଧ ହେବା ପରେ ଏହା ପୁତିନଙ୍କର ପ୍ରଥମ ଭାରତ ଗସ୍ତ କାର୍ଯ୍ୟକ୍ରମ ଅଟେ । ଏହି ସମୟ ମଧ୍ୟରେ, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ବାହ୍ୟ ଚାପରୁ ବାଣିଜ୍ୟକୁ ସୁରକ୍ଷା ଏବଂ ଛୋଟ ମଡ୍ୟୁଲାର ରିଆକ୍ଟରରେ ସହଭାଗୀତା ଉପରେ ବିଶେଷ ଧ୍ୟାନ ଦିଆଯିବ । ଏସ୍-୪୦୦ ମିସାଇଲ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ । ପୁତିନ ଶେଷ ଥର ପାଇଁ ୨୦୨୧ ଡିସେମ୍ବର ୬ ତାରିଖରେ ଶେଷ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ।