ନୂଆଦିଲ୍ଲୀ: ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଶଙ୍କରାଚାର୍ଯ୍ୟ ପଦବୀ ନ୍ୟାୟିକ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ଯାଉଛି । ପ୍ରୟାଗରାଜ ମାଘ ମେଳା ପ୍ରାଧିକରଣ ସ୍ୱାମୀ ଅଭିମୁକେଶ୍ୱରାନନ୍ଦଙ୍କକୁ ଏକ ଔପଚାରିକ ନୋଟିସ୍ ଜାରି କରି ତାଙ୍କ ଶଙ୍କରାଚାର୍ଯ୍ୟ ପଦର ସ୍ପଷ୍ଟୀକରଣ ମାଗିଛନ୍ତି ।
ପ୍ରଶାସନ ସୁପ୍ରିମକୋର୍ଟଙ୍କ ଲମ୍ବିତ ସିବିଲ୍ ଅପିଲ ସଂଖ୍ୟା ୩୦୧୦/୨୦୨୦ ଏବଂ ୩୦୧୧/୨୦୨୦ର ସନ୍ଦର୍ଭରେ କହିଛି ଯେ ଅଦାଲତ କହିଛନ୍ତି ଯେ ଅକ୍ଟୋବର ୨୦୨୨ରେ ଜ୍ୟୋତିଷପୀଠରେ କୌଣସି ଭି ନୂଆ ପଟ୍ଟାଭିଷେକ ଉପରେ ରୋକ ଲଗାଇଛନ୍ତି । ଯଦି ସର୍ବୋଚ୍ଚ ଅଦାଲତ କାହାକୁ ବି ଶଙ୍କରାଚାର୍ଯ୍ୟ ନିଯୁକ୍ତି କରିବାକୁ ମନା କରିଛନ୍ତି ତେବେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ନିଜ ଶିବିର ଏବଂ ବୋର୍ଡ ଉପରେ ଏହି ପଦର ଉପଯୋଗ କିପରି କରୁଛନ୍ତି ? ଏହା ଅଦାଲତଙ୍କ ଅପମାନ ଅଟେ । ତେଣୁ ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି ।
ପ୍ରୟାଗରାଜ ମେଳା ପ୍ରାଧିକରଣ ସୁପ୍ରିମକୋର୍ଟଙ୍କ ୧୪ ଅକ୍ଟୋବର, ୨୦୨୨ର ଆଦେଶକୁ ବିସ୍ତାର କରି ଲେଖଛି । ଜ୍ୟୋତିଷପୀଠ ବଦ୍ରୀନାଥ ତଥା ଅନ୍ୟ କୌଣସି ସଂଗଠନ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ପଟ୍ଟାଭିଷେକ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ମାମଲା ଏବେବି ବିଚାରଧୀନ ରହିଛି ଏବଂ ଅନ୍ତିମ ରାୟ ଆସି ନାହିଁ । ତେଣୁ ବର୍ତ୍ତମାନ ଆଇନଗତ ଭାବେ କୌଣସି ଜ୍ୟୋତିଷପୀଠର ନୂତନ ଶଙ୍କରାଚାର୍ଯ୍ୟ ମାନ୍ୟ ନୁହଁନ୍ତି ।
କର୍ତ୍ତୃପକ୍ଷ ବିଭିନ୍ନ ଓକିଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆଇନଗତ ମତାମତକୁ ମଧ୍ୟ ଉଦ୍ଧୃତ କରିଛନ୍ତି। ଆଇନ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଜ୍ୟୋତିର୍ପୀଠର ଉତ୍ତରାଧିକାରୀ ଭାବରେ କୌଣସି ଜମି ଆବଣ୍ଟନ କରିବା କିମ୍ବା ତାଙ୍କୁ ଶଙ୍କରାଚାର୍ଯ୍ୟ ଭାବରେ ମାନ୍ୟତା ଦେବା ସୁପ୍ରିମକୋର୍ଟର ସିଧାସଳଖ ଉଲ୍ଲଂଘନ ବୋଲି ବିବେଚନା କରାଯିବ। ଏହି ଆଇନଗତ ଜଟିଳତା ଯୋଗୁଁ, ପ୍ରଶାସନ ମାଘ ମେଳା ସମୟରେ ତାଙ୍କର ପ୍ରଚାର ଏବଂ "ଶଙ୍କରାଚାର୍ଯ୍ୟ" ଶବ୍ଦ ବ୍ୟବହାର ଉପରେ ଗମ୍ଭୀର ଆପତ୍ତି ପ୍ରକାଶ କରିଛି।
ପ୍ରଶାସନ ନୋଟିସରେ ସ୍ପଷ୍ଟ କରିଛି ଯେ ୨୦୨୫-୨୬ ମାଘ ମେଳା ସମୟରେ, ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଶିବିରରେ ବୋର୍ଡ ତାଙ୍କୁ "ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ" ଭାବରେ ଦର୍ଶାଉଛି । ନୋଟିସ ଅନୁଯାୟୀ, "ଆପଣଙ୍କ କାର୍ଯ୍ୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି।" ପ୍ରଶାସନ ଏବେ ଜାଣିବାକୁ ଚାହୁଁଛି ଯେ ସେ କେଉଁ ଆଧାରରେ ନିଜକୁ ଏପରି ଭାବରେ ପ୍ରଚାର କରୁଛନ୍ତି। ୨୪ ଘଣ୍ଟାର ସମୟସୀମା ପରେ, ପ୍ରଶାସନ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।