ନୂଆଦିଲ୍ଲୀ: ନିତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦଭାର ଗ୍ରହଣ କରିଛନ୍ତି । ନିତିନ ନବୀନ ଅଧ୍ୟକ୍ଷ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପିଏମ ମୋଦୀ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ବିଜେପି ପ୍ରକ୍ରିୟାରେ ପରିଚାଳିତ ହୁଏ । ଆଜି ନିତିନ ନବୀନ ଆମର ଅଧ୍ୟକ୍ଷ । ଆମର ଏଠାରେ ମେମ୍ବରସିପଠୁ ଅଧିକ ରିଲେସନସିପ ଚାଲିଥାଏ । ଆମେ ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ପରି ରାଜ୍ୟରେ ବଡ ସ୍ୱର ହୋଇ ଆଗକୁ ଆସିଛନ୍ତି । ଆମ ପାଇଁ ସର୍ବଦା ସେବା ହିଁ ସର୍ବୋପରି । କ୍ଷମତା ଏଥିପାଇଁ ମାତ୍ର ଏକ ମାଧ୍ୟମ । ଏଥିପାଇଁ ଆମର ଷ୍ଟ୍ରାଇକ ରେଟ୍ ବହୁତ ଅଧିକ ରହିଛି ।
ପିଏମ ମୋଦୀ କହିଛନ୍ତି, ଏବେ ତ ଆମେ ନଗର ନିଗମରେ ପ୍ରଥମ ପସନ୍ଦ । ବିଜେପି ମହାରାଷ୍ଟ୍ରର ନଗର ନିଗମ ନିର୍ବାଚନରେ ସବୁଠୁ ବଡ ପାର୍ଟି ଭାବେ ସାମ୍ନାକୁ ଆସିଛି । ପିଏମ ମୋଦି ସବୁ ନେତାଙ୍କୁ ସନ୍ଦେଶ ଦେଇ କହିଛନ୍ତି, ଆଜିଠୁ ନିତିନ ନବୀନ ମୋର ବୋସ । ଏହିପରି ସେ ପୂରା ବିଜେପିକୁ ସନ୍ଦେଶ ଦେଇଛନ୍ତି ଯେ, ନିତିନ ନବୀନ ହିଁ ପାର୍ଟିର ନୂଆ ମୁଖିଆ । ଏଥିପାଇଁ ପ୍ରତ୍ୟେକ ନେତା ତାଙ୍କ ସମ୍ମାନ କରିବା ଉଚିତ । ନୂଆ ନେତାଙ୍କ ପାଇଁ ବିଜେପି ଏକ ମଞ୍ଚ । ଆମର ଅଧ୍ୟକ୍ଷ ସବୁଠୁ ଯୁବ ଏବଂ ଉର୍ଜାରେ ଭରି ରହିଛି ।
ସେ କହିଛନ୍ତି, ମୁଁ ଆଜି ସମୟର ଯୁବକଙ୍କ କଥା କହିଲେ ନିତିନି ନବୀନ ନିଜେ ଜଣେ ମିଲେନିୟର । ମୁଁ ସେହି ପିଢିର ଯିଏ ଭାରତରେ ବଡ ଆର୍ଥିକ, ସାମାଜିକ ଓ ବୈଷୟିକ ପରିବର୍ତ୍ତନକୁ ଦେଖିଛି । ଆଉ ନିତିନ ନବୀନ ସେହି ପିଢିର ଯିଏ ରେଡିଓ ଶୁଣୁଥିଲେ ଏବଂ ଆଜି ଏଆଇର ସକ୍ରିୟ ୟୁଜର ମଧ୍ୟ । ତାଙ୍କ ପାଖରେ ଉର୍ଜା ବି ରହିଛି ଏବଂ ସଂଗଠନରେ କାମ କରିବାର ଲମ୍ବା ଅନୁଭବ ରହିଛି । ଆମ ଦଳର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ବହୁତ ଉପଯୋଗୀ ହେବ । ଚଳିତ ବର୍ଷ ଜନସଂଘ ସ୍ଥାପନାର ୭୫ ବର୍ଷ ପୂରା ହୋଇଛି । ମୁଁ ଆଜି ଏହି ଅବଧିରେ କାମ କରିଥିବା ତାଙ୍କ ପିଢିର ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କୁ ନମନ କରୁଛି ।
Also read: ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଗଲା ନାହିଁ...ମୁଁ ନିରାଶ: ତାମିଲନାଡୁ ରାଜ୍ୟପାଳ