ମଣିପୁର ହିଂସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ସେଠାରେ ପହଞ୍ଚିଛନ୍ତି। ମୋଦି ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମଣିପୁରରେ ପ୍ରଧାନମନ୍ତ୍ରୀ ମୋଦି ଚୁରାଚାନ୍ଦପୁର ପହଞ୍ଚିଲା ପରେ ଫୁଲରେ ତାଙ୍କୁ ସ୍ବାଗତ କରାଗଲା। ପ୍ରଧାନମନ୍ତ୍ରୀ ମୋଦି ସହରର ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ।
ପ୍ରଧାନମନ୍ତ୍ରୀ ମଣିପୁରର ଚୁରାଚାନ୍ଦପୁରରେ ବିସ୍ଥାପିତଙ୍କୁ ଭେଟିଛନ୍ତି। ମଣିପୁରରେ ହିଂସା ସମୟରେ ଚୁରାଚାନ୍ଦପୁର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ମଣିପୁରର ଲୋକଙ୍କୁ ପ୍ରଣାମ କରୁଛି ଏବଂ ସମ୍ମାନରେ ମୋର ମୁଣ୍ଡ ନୁଆଇଁଛି। ପ୍ରଧାନମନ୍ତ୍ରୀ ଆଜି ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାର ଅଧିକ ବିକାଶ ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଣିପୁରର ଲୋକଙ୍କ ଜୀବନକୁ, ଏଠାରେ ପାହାଡ଼ ଉପରେ ରହୁଥିବା ଆଦିବାସୀ ସମାଜକୁ ଆହୁରି ଉନ୍ନତ କରିବ।
ଏହି ଅବସରରେ ପିଏମ୍ ମୋଦି କହିଛନ୍ତି ମଣିପୁର ଦେଶର ତାଜ ଅଟେ । ମଣିପୁର ହେଉଛି ସାହାସ ଓ ଆଗ୍ରହର ଭୂମି। ୨୦୨୪ରେ ଆମେ ମଣିପୁର ସଂଯୋଗିକରଣରେ କାମ କରିଛୁ । ବର୍ତମାନ ମଣିପୁର ର ଗାଁ ପର୍ଯ୍ୟନ୍ତ ରାସ୍ତା ପହଞ୍ଚି ସାରିଲାଣି । ଏଥିପାଇଁ ମଣିପୁର ବିକାଶ ଦିଗରେ ଗତି କରୁଛି ।
ମଣିପୁର ଲୋକଙ୍କ ଚାକିରିକୁ ସଲାମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ମଣିପୁରର ମାଟି ହେଉଛି ସାହାସ ଓ ବିରତାର ମାଟି । ମୁଁ ମଣିପୁର ଲୋକଙ୍କ କାମକୁ ସଲାମ କରୁଛି। ଆପଣମାନେ ଏତେ ବର୍ଷା ହେବା ସତ୍ବେ ଏଠାକୁ ଆସିଛନ୍ତି। ଆପଣଙ୍କ ପ୍ରେମ ଓ ଭଲପାଇବାକୁ ମୁଁ ଧନ୍ୟବାଦ ଦେଉଛି। ପ୍ରବଳ ବର୍ଷା ଯୋଗୁଁ ମୋ ହେଲିକେପ୍ଚର ଆସି ପାରିଲା ନାହିଁ । ଏଥିପାଇଁ ମୁଁ ସଡକ ପଥରେ ଆସିବାକୁ ନିଷ୍ପତ୍ତି ନେଲି। ମୁଁ ସଡକରେ ଯେଉଁ ଦୃଶ୍ୟ ଦେଖିଲି ସେଥିପାଇଁ ମୁଁ ଇଶ୍ବରଙ୍କୁ ଧନବାଦ ଜଣାଉଛି କାରଣ ଆଜି ମୋର ହେଲିକେପ୍ଟର କାମ କଲାନାହିଁ। ମଣିପୁରର ଯୁବକ ଓ ବୟସ୍କ ଲୋକଙ୍କ ହାତରେ ତ୍ରିରଙ୍ଗା ହାତରେ ଧରିଥିବାର ଦେଖିଲି। ଯାହା ମୁଁ କେବେ ମୋ ଜୀବନରେ ଭୂଲିବି ନାହିଁ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣମାନେ ସମସ୍ତେ ଜାଣନ୍ତି ଯେ ପୂର୍ବରୁ ଏଠାକାର ଗ୍ରାମଗୁଡ଼ିକୁ ପହଞ୍ଚିବା କେତେ କଷ୍ଟକର ଥିଲା। ଏବେ ଏଠାରେ ଶହ ଶହ ଗ୍ରାମକୁ ସଡ଼କ ସଂଯୋଗ ଯୋଗାଇ ଦିଆଯାଇଛି। ପାହାଡ଼ୀ ଲୋକମାନେ, ଆଦିବାସୀ ଗ୍ରାମଗୁଡ଼ିକ ଏଥିରୁ ବହୁତ ଲାଭବାନ ହୋଇଛନ୍ତି। ଆମ ସରକାରଙ୍କ ସମୟରେ ହିଁ ମଣିପୁରରେ ରେଳ ସଂଯୋଗ ବିସ୍ତାର ହେଉଛି। ଜିରିବାମ-ଇମ୍ଫାଲ ରେଳ ଲାଇନ ଖୁବ ଶୀଘ୍ର ରାଜଧାନୀ ଇମ୍ଫାଲ୍କୁ ଜାତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ।
ଭାରତ ବହୁତ ଦ୍ରୁତ ଗତିରେ ବିକାଶ କରୁଛି। ଆମେ ବହୁତ ଶୀଘ୍ର ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛୁ। ଆମେ ସାରା ଦେଶରେ ଗରିବ ଲୋକଙ୍କ ପାଇଁ କଂକ୍ରିଟ ଘର ର୍ନିମାଣ ପାଇଁ ଏକ ଯୋଜନା ଆରମ୍ଭ କରିଛୁ। ମଣିପୁରର ହଜାର ହଜାର ପରିବାର ମଧ୍ୟ ଏଥିରୁ ଲାଭବାନ ହୋଇଛନ୍ତି। ବିଗତ ବର୍ଷଗୁଡ଼ିକରେ, ୧୫ କୋଟିରୁ ଅଧିକ ଦେଶବାସୀ ନଳକୂପ ପାଣିର ସୁବିଧା ପାଇଛନ୍ତି। ୭-୮ ବର୍ଷ ପୂର୍ବେ, ମଣିପୁରରେ କେବଳ ୨୫-୩୦ ହଜାର ଘରେ ପାଇପ ପାଣି ଥିଲା। ଆଜି ଏଠାରେ ୩.୫ ଲକ୍ଷରୁ ଅଧିକ ଘରକୁ ନଳକୂପ ପାଣି ସୁବିଧା ମିଳୁଛି।
ପୂର୍ବରୁ ଭଲ ସ୍କୁଲ ଏବଂ ହସ୍ପିଟାଲ ପାହାଡ଼ ଏବଂ ଆଦିବାସୀ ଅଞ୍ଚଳରେ କେବଳ ଏକ ସୱପ୍ନ ଥିଲା। ଆଜି, ଭାରତ ସରକାରଙ୍କ ପ୍ରୟାସ ଯୋଗୁଁ ଏହି ପରିସ୍ଥିତି ପରିବର୍ତ୍ତନ ହେଉଛି। ଚୁରାଚାନ୍ଦପୁରରେ ଏବେ ଏକ ମେଡିକାଲ କଲେଜ ପ୍ରତିଷ୍ଠିତ ହୋଇଛି। ସୱାଧୀନତାର ଦଶନ୍ଧି ପରେ ମଧ୍ୟ, ମଣିପୁରର ପାହାଡ଼ି ଅଞ୍ଚଳରେ ଗୋଟିଏ ମଧ୍ୟ ମେଡିକାଲ କଲେଜ ନଥିଲା। ଆମ ସରକାର ଏହି ଆବଶ୍ୟକତା ପୂରଣ କରିଛି ବୋଲି ମୋଦି କହିଛନ୍ତି।