ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ୱାଗନ ଆର କାର ସହିତ ଏକ ଦ୍ରୁତଗାମୀ ବ୍ରିଜା କାର ଧକ୍କା ହେବା ଫଳରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହା ସହିତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଉତ୍ତରପ୍ରଦେଶ ସୁବେହା ଥାନା ଅନ୍ତର୍ଗତ ରାତୌଲି ଧିହ ନିକଟରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ପଏଣ୍ଟ ୫୧.୬ ରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଏକ ୱାଗନ ଆର କାର ଠିଆ ହୋଇଥିଲା । କାର୍ ଭିତରେ ୫ ଜଣ ଥିବାବେଳେ ଅନ୍ୟ କିଛି ଯାତ୍ରୀ ବାହାରେ ଛିଡ଼ା ହୋଇଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ବ୍ରିଜା କାର ଆସି ୱାଗନ ଆର୍ କାରକୁ ଶକ୍ତ ଦେଇଥିଲା । ଏତେ ଶକ୍ତ ଧକ୍କା ଥିଲା ଯେ ୱାଗନ୍ ଆର୍ କାର୍ ପ୍ରାୟ ୨୦୦ ମିଟର ଦୂରକୁ ଚାଲିଯାଇଥିଲା ଏବଂ ଏଥିରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କାର୍ ଭିତରେ ଥିବା ୫ ଜଣ ଯାତ୍ରୀ ଜଳିଯାଇଥିଲେ । ଯେଉଁଥିରେ ଦୁଇ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି। ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଆହତମାନଙ୍କୁ ହାଇଦରଗଡ଼ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ପୋଲିସ ମୃତ ଦେହ ଗୁଡ଼ିକୁ ଜବତ କରିଛି । ଏହା ସହିତ ଦୁଇଟି କାରକୁ ମଧ୍ୟ ଜବତ କରିଛି ।