ୟୁପି ; କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ପରେ, ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନରେ ବସିଥିବା ଆତଙ୍କବାଦୀଙ୍କ ଅନେକ ଆଡ୍ଡାକୁ ଧ୍ୱଂସ କରିଥିଲା। ଯାହାଫଳରେ ପାକିସ୍ତାନ ପରାଜୟ ସ୍ୱୀକାର କରି ଯୁଦ୍ଧବିରତି ଘୋଷଣା କରିଥିଲା। କିନ୍ତୁ ଏହାପରେ ମଧ୍ୟ ପାକିସ୍ତାନ ତାର କାର୍ଯ୍ୟରୁ ନିବୃତ୍ତ ରହୁନାହିଁ । ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ ଦ୍ୱାରା ପ୍ରାପ୍ତ ସୂଚନା ଅନୁୟାୟୀ, ପାଖାପାଖି ୩୫ ଜଣ ସନ୍ଦିଗ୍ଧ ବ୍ୟକ୍ତି ନେପାଳରେ ପହଞ୍ଚିଛନ୍ତି ଏବଂ ସେମାନେ ଉତ୍ତର ପ୍ରଦେଶର ଖୁଲି ବହରାଇଚ-ନେପାଳ ସୀମା ଦେଇ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାର ସୂଚନା ମିଳିଛି ।
ୟୁପିର ବହରାଇଚ ଜିଲ୍ଲାରେ ଭାରତ-ନେପାଳ ସୀମାରେ ନିୟୋଜିତ ଏସଏସବି ସଜାଗ ହୋଇରହିଛନ୍ତି । ଏସଏସବି ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ୩୫ ରୁ ଅଧିକ ବାଂଲାଦେଶୀ ଏବଂ ପାକିସ୍ତାନୀ ସନ୍ଦିଗ୍ଧ ବ୍ୟକ୍ତି ନେପାଳ ଦେଇ ଅବୈଧ ଭାବରେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିରେ ଦଶ ଜଣ ବାଂଲାଦେଶୀ ଥିବା ବେଳେ ପ୍ରାୟ ୨୫ ଜଣ ପାକିସ୍ତାନର ବୋଲି ଜଣା ପଡିଛନ୍ତି । ଯାହା ଫଳରେ ଭାରତ ନେପାଳ ସୀମାରେ ହାଇ ଆର୍ଲଟ ଜାରି କରାଯାଇଛି ।