ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ବାତିଲ ହେବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛନ୍ତି । ଏନଟିଏ ଡିଜି ଅଭିଷେଣ ସିଂହ କହିଛନ୍ତି ଖୁବଶୀଘ୍ର ନିଟ୍ ପରୀକ୍ଷାକୁ ନେଇ ତାରିଖ ଘୋଷଣା ହେବ । ଆସନ୍ତା ୭ ରୁ ୧୦ ଦିନ ମଧ୍ୟରେ ଦିଆଯିବ । ଅନ୍ୟପକ୍ଷେ ପରୀକ୍ଷା ବାତିଲ ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । କିଛି ଜଣଙ୍କ ପାଇଁ ପରୀକ୍ଷା ବାତିଲ କରିବା ଠିକ୍ ନୁହେଁ । ପ୍ରଶ୍ନ ପତ୍ର ଲିକରେ ସିଷ୍ଟମ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଛନ୍ତି । ପୁଣି ଥରେ ପରୀକ୍ଷା ଦେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିବା ଅନେକ ପରୀକ୍ଷାର୍ଥୀ କହିଛନ୍ତି ।
ଗଣମାଧ୍ୟମ ସହିତ ଆଲୋଚନାରେ ଏନଟିଏ ଡିଜି ସ୍ପଷ୍ଟ କରିଛନ୍ତି ଯେ ଛାତ୍ରମାନଙ୍କ ଫୋନରେ ଉପଲବ୍ଧ ଅନୁମାନ ପତ୍ରର କିଛି ପ୍ରଶ୍ନ ନିଟ୍ ପ୍ରଶ୍ନ ପତ୍ର ସହିତ ମେଳ ଖାଉଛି। ଅନେକ ଛାତ୍ରଙ୍କ ପାଖରେ ପ୍ରଶ୍ନ ପତ୍ର ପୂର୍ବରୁ ପରୀକ୍ଷାର ଦିନେ କିମ୍ବା ଦୁଇ ଦିନ ପୂର୍ବରୁ ପ୍ରଶ୍ନ ପତ୍ର ପହଁଚିଥିବା ଅନୁମାନ କରାଯାଉଛି ।
ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଜେଲ ପଠାଯିବ । ପରୀକ୍ଷାର୍ଥୀ ପାଇଁ ପୁନଃପରୀକ୍ଷା କରାଯିବ ଏବଂ ଏହା ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ କରାଯିବ । ଏହା ମଧ୍ୟ ନିଷ୍ପତ୍ତି ନେଇଛୁ ଯେ ପୁନଃପରୀକ୍ଷା ପାଇଁ ଆମେ କୌଣସି ଅତିରିକ୍ତ ଫି ନେବୁ ନାହିଁ ଏବଂ ପ୍ରଥମ ପରୀକ୍ଷା ପାଇଁ ନିଆଯାଇଥିବା ଫି ମଧ୍ୟ ଫେରସ୍ତ କରିବୁ ବୋଲି କହିଛନ୍ତି ଅଭିଷେକ ସିଂହ ।
ପ୍ରଶ୍ନ ପତ୍ର ଲିକ୍ ବାବଦରେ ସୂଚନା ଦେଇ ଡିଜି କହିଛନ୍ତି ଯେ ୭ ମେ ରାତିରେ, ଜଣେ ହ୍ୱିସଲ୍ବ୍ଲୋୟରଙ୍କଠାରୁ ସୂଚନା ପାଇଲୁ ଯେ ପରୀକ୍ଷା ପୂର୍ବରୁ ଜଣେ ବ୍ୟକ୍ତି ଏକ ହ୍ୱାଟ୍ସଆପ୍ ମେସେଜ୍ ପାଇଥିଲେ, ଯେଉଁଥିରେ କିଛି ପ୍ରଶ୍ନ ପରୀକ୍ଷା ପ୍ରଶ୍ନ ସହିତ ଠିକ୍ ମେଳ ଖାଉଥିଲା। ଏହା ପରେ ତୁରନ୍ତ ଯାଞ୍ଚ ଆରମ୍ଭ ହୋଇଥିଲା । ତଦନ୍ତ ପରେ ଜଣାପଡ଼ିଥିଲା ଯେ କିଛି ପ୍ରଶ୍ନ ଅସଲି ପ୍ରଶ୍ନପତ୍ର ସହିତ ମେଳ ଖାଉଥିଲା। ଏହା ମଧ୍ୟ ଜାଣାପଡ଼ିଥିଲା ଯେ ୧ ମେ ଏବଂ ୨ ମେରେ କିଛି ଲୋକଙ୍କ ଫୋନରେ ପିଡିଏଫ୍ ଉପଲବ୍ଧ ଥିଲା। ଏହା ଏନଟିଏର ଶୂନ୍ୟ-ସହିଷ୍ଣୁତା ନୀତି ବିରୁଦ୍ଧରେ ଥିଲା। ଏହା ପରୀକ୍ଷା ପାଇଁ କଠିନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ତେଣୁ, ସେମାନଙ୍କ ସ୍ୱାର୍ଥ ପାଇଁ, ଆମେ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଡିଜି ।