ଜାଣନ୍ତୁ କିଏ ଏହି ଭାରତୀୟ ଡେଭିଡ୍ ବେକହାମ, ଯାହାଙ୍କୁ ମୋଦୀ ବେଶ୍ ପ୍ରଶଂସା କଲେ
Khabar Odisha:national-odisha-meet-david-backham-the-cyclist-whom-modi-praised-in-his-mann-ki-baat
ନୂଆଦିଲ୍ଲୀ, ଜାନୁଆରୀ୨୬(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜାନୁଆରୀ ୨୬ରେ ନିଜର ମାସିକ କାର୍ୟ୍ୟ କ୍ରମ ମନ କି ବାତର ୬୧ ତମ କାର୍ଯ୍ୟକ୍ରମରେ ଡେଭିଡ୍ ବେକହାମଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ନାମ ଶୁଣିବା ମାତ୍ରେ ଆପଣଙ୍କ ମନରେ ସ୍ଵତଃ ପ୍ରବୃତ ଭାବେ ଇଂଲଣ୍ଡର ପ୍ରସିଦ୍ଧ ଫୁଟବଲ୍ ଖେଳାଳି ଡେଭିଡ୍ ବେକହାମଙ୍କ ନାମ ଆସିଥିବ। ବେକହାମ ଏକ ପରିଚିତ ନାମ ଏବଂ ତାଙ୍କ ଇନଷ୍ଟାଗ୍ରାମରେ ୬ କୋଟିରୁ ଅଧିକ ଅନୁଗାମୀ ଅଛନ୍ତି।

ମାତ୍ର ମୋଦୀ ଯେଉଁ ବେକହାମଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ସେ କୌଣସି ଫୁଟବଲ୍ ଖେଳାଳି ନୁହନ୍ତି ଏବଂ ନା ସେ ଇଂଲଣ୍ଡର। ଏହି ଡେଭିଡ୍ ବେକହାମ ହେଉଛନ୍ତି ଜଣେ ଭାରତୀୟ ଏବଂ ସେ ଫୁଟବଲ୍ ଖେଳନ୍ତି ନାହିଁ। ତାଙ୍କର ବୟସ ୧୭ ବର୍ଷ ଓ ସେ ଜଣେ ସାଇକ୍ଲିଷ୍ଟ। ବେକହାମ ନିକଟରେ ଆସାମର ସହର ଗୌହାଟୀରେ ଆୟୋଜିତ ଖେଳୋ ଇଣ୍ଡିଆ ୟୁଥ୍ ଗେମ୍ସର ୧୭ ବର୍ଷରୁ କମ ସ୍ପ୍ରିଣ୍ଟ ସାଇକ୍ଲିଂରେ ୧୦.୮୯୧ ସେକେଣ୍ଡ ସମୟ ନେଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ସେ ୧୭ ବର୍ଷରୁ କମ ଦଳଗତ ସ୍ପ୍ରିଣ୍ଟ ସାଇକ୍ଲିଂରେ କାଂସ୍ୟ ପଦକ  ଜିତିଛନ୍ତି। ଆଜି ମନ କି  ବାତରେ ପ୍ରଧାନମନ୍ତ୍ରୀ ବେକହାମଙ୍କ ଖୁବ୍ ପ୍ରଶଂସା କରିଛନ୍ତି।

କିଏ ଏହି ବେକହାମ

ବେକହାମ ନିକୋବର ଦ୍ଵୀପପୁଞ୍ଜର କାର ନିକୋବର ଦ୍ଵୀପର ପାରକା ଗାଁରେ ରହୁଛନ୍ତି। ସେ ଏଠାରେ ନିଜର ମାତା-ପିତାଙ୍କ ସହ ରହୁଛନ୍ତି। ତାଙ୍କ ଘର ଅଗଣାରେ ଆପଣଙ୍କୁ ସାଇକେଲ୍ ଛିଡ଼ା ହୋଇଥିବା ଦେଖିବାକୁ ପାଇବେ। 

ତାଙ୍କର ନାମ କେମିତି ଡେଭିଡ୍ ବେକହାମ ହେଲା, ଏହି ବିଷୟରେ ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ମୋର ମାମୁଁ ଡେଭିଡ୍ ବେକହାମଙ୍କ ବଡ଼ ପ୍ରଶଂସକ। ମୁଁ ମାମୁଁଙ୍କ ପରି ଡେଭିଡ୍ ପ୍ରେମୀ ଆଜି ପର୍ଯ୍ୟନ୍ତ ଦେଖିନାହିଁ। ୨୦୦୨ରେ ଯେବେ ବେକହାମ ଆର୍ଜେଣ୍ଟିନା ବିରୋଧରେ  ବିଶ୍ଵକପରେ ଫ୍ରି କିକରେ ଚମତ୍କାର ଗୋଲ୍ କଲେ, ମାମୁଁ ସେହି ଦିନ ରାତି ସାରା ନାଚିଥିଲେ। ଇଂଲଣ୍ଡ ସେହି ମ୍ୟାଚକୁ ୧-୦ରେ ଜିତି ନେଇଥିଲା। ବେକହାମ କହିଛନ୍ତି ଯେବେ ମୁଁ ୨୦୦୩ରେ ଜନ୍ମ ହେଲି, ମୋର ମା ଓ ମାମୁଁ ମୋର ନାମ ଡେଭିଡ୍ ବେକହାମ ଦେଇଥିଲେ। 

ଯଦି କେବେ ଏହି ମହାନ ଫୁଟବଲ ଖେଳାଳି ଡେଭିଡ୍ ବେକହାମଙ୍କ ସହ ତୁମର ସାକ୍ଷାତ ହୁଏ ତେବେ ତୁମେ କଣ କହିବ ? ଏହା ଉପରେ ବେକହାମ କହିଛନ୍ତି ସର୍ବ ପ୍ରଥମେ ମୋତେ ବିଶ୍ଵାସ ହେବ ନାହିଁ ଯେ ବେକହାମଙ୍କ ଆଗରେ ମୁଁ ଅଛି। ମୁଁ ସିଧାସଳକ କହିବି ଯେ, ମୋର ନାମ ଡେଭିଡ୍ ବେକହାମ ଏବଂ ମୁଁ ଜଣେ ସାଇକ୍ଲିଷ୍ଟ। ଏହା ପରେ ମୁଁ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିବି।

Subscribe

National International State Sports Entertainment