ନୂଆଦିଲ୍ଲୀ: ବର୍ତ୍ତମାନ ପିଲାଠୁ ନେଇ ବୟସ୍କ ଯାଏ ସମସ୍ତଙ୍କୁ ରିଲ୍ସ ନିଶା ଘାରିଛି । ସମସ୍ତେର ରିଲ୍ସ କରିବା ପାଇଁ ପାଗଳ । ଏବେ ଭାରତରେ ହିନ୍ଦୀରେ ରିଲ୍ସ କରୁଥିବା ୟୁଜର୍ସଙ୍କ ଭିଡ଼ିଓ ଅନ୍ୟ ଭାଷା ଏବଂ ଅନ୍ୟ ଦେଶର ଲୋକେ ଦେଖିପାରିବେ ଓ ବୁଝିମଧ୍ୟ ପାରିବେ । ମେଟା (Meta) ତାର ଇନଷ୍ଟାଗ୍ରାମ (Instagram)ରେ ନୂଆ ଫିଚର୍ସ ଆଣିଛି । ଯେଉଁଥିରେ ହିନ୍ଦୀ ଭାଷା ଯୋଡ଼ା ଯାଇଛି ।
ପୂର୍ବରୁ ଇନଷ୍ଟାଗ୍ରାମରେ କେବଳ ଇଂରାଜୀ ଏବଂ ସ୍ପେନ ଭାଷା ଉପଲବ୍ଧ ହେଉଥିଲା । ଆପଣ ଯାହା ପୋଷ୍ଟ କରିବେ ତାହା ଏହି ଦୁଇଟି ଭାଷାକୁ ଟ୍ରାନ୍ସଲେଟ୍ ହେଉଥିଲା । କିନ୍ତୁ ମେଟା ପକ୍ଷରୁ ଆଉ ଅନ୍ୟ ଭାଷାକୁ ଯୋଡ଼ା ଯାଇଛି । ସେଥିରେ ହିନ୍ଦୀ ଏବଂ ପର୍ତ୍ତୁଗାଲ ଭାଷା ସାମିଲ ରହିଛି । ଫଳରେ ଭାରତରେ ଯେଉଁମାନେ ହିନ୍ଦୀରେ ରିଲ୍ସ କରିବେ ତାହା ଏବେ ଇଂରାଜୀ, ସ୍ପାନିସ୍, ଏବଂ ପର୍ତ୍ତୁଗାଲୀ ଭାଷାରେ ଟ୍ରାନ୍ସଲେଟ୍ ହୋଇପାରିବେ । ଫଳରେ ଭାରତୀୟଙ୍କ ରିଲ୍ସକୁ ଏହି ଭାଷାଭାଷୀର ଲୋକେ ଦେଖି ବୁଝିପାରିବେ । ଏହା ଦ୍ୱାରା ଆୟ ମଧ୍ୟ ବଢ଼ିବ ।
ବହୁତ ଇନଷ୍ଟ୍ରାଗ୍ରାମ ୟୁଜର୍ସ ଅଛନ୍ତି ଯେଉଁମାନେ କଣ୍ଟେଣ୍ଟ୍ ବନାଉଛନ୍ତି । କିନ୍ତୁ ସେମାନଙ୍କ ଭିଡ଼ିଓ ଅନ୍ତର୍ଜାତୀୟ ସ୍ତରରେ ପହଁଚି ପାରୁନି । ହିନ୍ଦୀ ଭାଷା ଆସିବା ଦ୍ୱାରା ଏହା ସହଜ ହେବ ଏବଂ ସେମାନଙ୍କ ବ୍ରାଣ୍ଡ୍ ହେଉ କିମ୍ବା ଭିଡ଼ିଓ ବିଶ୍ୱ ସ୍ତରରେ ପରିଚିତ ହେବ ।
ମେଟା ଏଆଇ (AI)ର ନୂତନ ଟୁଲ୍ସରେ ଭିଡ଼ିଓ ନିର୍ମାତା ନିଜ ରିଲ୍ସକୁ ଟ୍ରାନ୍ସଲେଟ୍ କରିପାରିବେ । ଖାଲି ସେତିକି ନୁହେଁ ଯେଉଁମାନେ ରିଲ୍ସ ଦେଖୁଥିବେ ସେମାନେ ମଧ୍ୟ ଏଆଇ ଦ୍ୱାରା ଟ୍ରାନ୍ସଲେଟ୍ କରି ଦେଖିପାରିବେ । ଟ୍ରାନ୍ସଲେଟ୍ ସହିତ ଲିପ୍ସିଂ ଅର୍ଥାତ୍ ନିଜେ ଅଡ଼ିକୁ ଶୁଣି ନିଜେ କହିବା ଭଳି ସୁବିଧା ଉପଲବ୍ଧ ହେବ । ଯାହା ଦ୍ୱାରା ଭିଡ଼ିଓଟି ସମ୍ପୂର୍ଣ୍ଣ ଅସଲି ଭଳି ଲାଗିବ । ଏଥିପାଇଁ ‘Translated with Meta AI’ ବିକଳ୍ପ ଦେଖାଇବ । ଯାହା ଦ୍ୱାରା ଭିଡ଼ିଓର କଣ୍ଟେଣ୍ଟ୍ ଟ୍ରାନ୍ସଲେଟ୍ ହୋଇପାରିବେ । ଏହା ସହିତ ଟ୍ରାନ୍ସଲେଟ୍ ସରିବା ପରେ ପୁନର୍ବାର ଅନୁଧ୍ୟାନ ବା ଚେକିଂ ମଧ୍ୟ କରିପାରିବେ ଏବଂ ଟ୍ରାନ୍ସଲେଟ୍ ବିକଳ୍ପକୁ ଅନ୍ କିମ୍ବା ଅଫ୍ ମଧ୍ୟ କରିପାରିବେ । ଅନ୍ ଅଫ୍ ହେଲେ ଭ୍ୟୁୟର୍ସ ମୂଳ ଭାଷାରେ ଭିଡ଼ିଓକୁ ମଧ୍ୟ ଦେଖିପାରିବେ ।
ତେବେ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ନାହିଁ । ଯେଉଁମାନଙ୍କ 1000ରୁ ଉର୍ଦ୍ଧ୍ୱ ଫଲୋର୍ସ ଥିବେ ସେମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ।