ନୋଏଡା ସେକ୍ଟର ୧୨୬ ପୁଲିସ ଷ୍ଟେସନ ପରିସରରେ ଆମିଟି ୟୁନିଭରସିଟି ଗେଟ୍ ନଂ ୫ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡରେ ଛିଡା ହୋଇଥିବା ଏକ କାରରୁ ଜଣେ ଯୁବକଙ୍କୁ ଟାଣି ଆଣି କିଛି ଲୋକ ତାଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି । ଆଉ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ ହେଉଥିବା ଭିଡିଓରୁ ଜଣାପଡିଛି ଯେ , ରାସ୍ତା କଡରେ ଏକ ଫର୍ଚୁନ କାର ରହିଥିଲା । ଏହି ସମୟରେ କିଛି ଲୋକ ଆସି ସେ କାର ଭିତରୁ ଜଣେ ଯୁବକଙ୍କୁ ବାହାରକୁ ଟାଣି ଆଣି ନିର୍ଦ୍ଧୁମ ଛେଚିଛନ୍ତି । ରାସ୍ତା ମଝିରେ ବିଧା , ଗୋଇଠା ମାରିବା ସହ ଆଖିବୁଜା ମାଡ ମାରିଛନ୍ତି । ଅନ୍ୟ ଏକ ଭିଡିଓରେ, ଜଣେ ଯୁବତୀ ଉକ୍ତ ଫର୍ଚୁନର୍ କାରରୁ ଓହ୍ଲାଇ ସେହି ବ୍ୟକ୍ତିଙ୍କ ଜୋତା ଉଠାଇଥିବାର ନଜର ଆସିଛନ୍ତି। ସେ ଜୋତାକୁ କାର ଭିତରେ ରଖୁଛନ୍ତି। ତା’ପରେ ପୀଡ଼ିତ ଯୁବକ ଜଣକ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଉଠିକରି କାର୍ ଭିତରକୁ ଯାଉଛନ୍ତି। ତେବେ ଏ ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିବା ବେଳେ କାରରୁ ଟାଣି ଆଣି ଜଣେ ଯୁବକଙ୍କୁ ରାସ୍ତା ମଝିରେ କାହିଁକି ମାରିଲେ । ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।