ନୂଆଦିଲ୍ଲୀ: ଆଜିଠାରୁ ଏଲପିଜି, ଆଧାରକାର୍ଡ଼, ଜିଏସଟି ସ୍ଲାବ୍ ଠାରୁ ନେଇ ଅନେକରେ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହାକି ସିଧାସଳକ ଲୋକଙ୍କ ମାସିକ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ । ତେବେ ଆଜିଠାରୁ କାହା ଉପରେ କେଉଁ ନିୟମ ଲାଗୁ ହେବା, ଯାହା ସିଧାସଳଖ ଲୋକଙ୍କୁ ଲାଭ ଦେବ ।
ଆଇଓଲିଏଲର ୱେବସାଇଟ୍ ଅନୁସାରେ ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର୍ ଦାମରେ ପରବର୍ତ୍ତନ ହେବ । ବାଣିଜ୍ୟିକ କ୍ଷେତ୍ର ବ୍ୟବହୃତ ହେଉଥିବା ସିଲିଣ୍ଡର୍ ଦାମ ୫ ଟଙ୍କା କମ୍ ହୋଇଛି । କିନ୍ତୁ ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ସିଲିଣ୍ଡରରେ କୌଣସି ନୂତନ ଦର ଲାଗୁ ହୋଇନାହିଁ ।
ସେହିପରି ପିଲାଙ୍କ ଆଧାରକାର୍ଡରେ ବାୟୋମେଟ୍ରିକ ପାଇଁ ଲାଗୁ ହେଉଥିବା ଶୁଳ୍କକୁ ହଟାଇ ଦିଆଯାଇଛି । ଏଣିକି ଛୋଟ ପିଲାଙ୍କ ଆଧାରକାର୍ଡରେ ବାୟୋମେଟ୍ରିକ ରଖିବାକୁ ହେଲେ ଆଉ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ଏଥିପାଇଁ ୧୨୫ ଟଙ୍କା ଦେବାକୁ ପଡ଼ୁଥିଲା । ତେବେ ମାତ୍ର ଏକ ବର୍ଷ ପର୍ୟ୍ୟନ୍ତ ଏହି ଶୁଳ୍କ ଛାଡ଼ କରାଯିବ । ଅନ୍ୟପକ୍ଷରେ ବୟସ୍କ ବ୍ୟକ୍ତିଙ୍କ ନାମ, ଜନ୍ମ ତାରିଖ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ କରିବାକୁ ହେଲେ ୭୫ ଟଙ୍କା ଦେବାକୁ ପଡ଼ିବ । ଫ୍ରିଙ୍ଗରପ୍ରିଣ୍ଟ ଏବଂ ଆଇପ୍ରିଣ୍ଟ ଅପଡେଟ୍ ପାଇଁ ୧୨୫ ଟଙ୍କା ଦେବାକୁ ପଡ଼ିବ ।
ନଭେମ୍ବର ପହିଲାରୁ ବ୍ୟାଙ୍କରେ ଖାତା, ଲକର୍ ଏବଂ ଅନ୍ୟ ସୁରକ୍ଷା ପାଇଁ ଅତି ବେଶୀରେ ଚାରିଙ୍କ ନାମ ରହିପାରିବ । ଜରୁରୀକାଳୀନ ସମୟରେ ପରିବାର ସଦସ୍ୟଙ୍କୁ ତୁରନ୍ତ ଅର୍ଥରାଶି ପ୍ରଦାନକୁ ସହଜ କରିବା ଏବଂ ସମ୍ପତ୍ତି ବିବାଦରୁ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି । ଏହା ସହିତ ନୋମିନିଙ୍କ ନାମ ଯୋଡ଼ିବା କିମ୍ବା ପରିବର୍ତ୍ତନ କରିବା ନିୟମକୁ ମଧ୍ୟ ଆଜିଠାରୁ ସରଳ କରାଯାଇଛି ।ଆଜିଠାରୁ କିଛି ସାମଗ୍ରୀ ଉପରେ ନୂତନ ଜିଏସଟି ସ୍ଲାବ୍ ଲାଗୁ ହେବ । ସରକାର ପୂର୍ବରୁ ୪ଟି ଜିଏସଟି ସ୍ଲାବ ଯଥା ୫%, ୧୨%, ୧୮%, ୨୮% ମଧ୍ୟରୁ ୧୨% ଏବଂ ୨୮% ସ୍ଲାବକୁ ଅନ୍ତର କରିଛନ୍ତି । ଦାମି ଏବଂ ହାନିକାରକ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ ।
ଜାତୀୟ ବେତନ ପ୍ରଣାଳୀ (ଏନପିଏସ୍) ରୁ ୟୁନିଫାଏଡ୍ ବେତନ ଯୋଜନା (ୟୁପିଏସ)କୁ ସ୍ଥାନାନ୍ତର କରିବାକୁ ସରକାରୀ କର୍ମଚାରୀଙ୍କ ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଛି । ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।