ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ଥରେ ଦୂତାବାସ ଖୋଲିବ ଭାରତ । ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ମଧ୍ୟରେ ଶୁକ୍ରବାର ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ପ୍ରଥମ ଥର ପାଇଁ ଆଠ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଏହା ପ୍ରଥମ ଗସ୍ତ ଅଟେ । କେନ୍ଦ୍ରମନ୍ତ୍ରୀ ଜୟଙ୍କର ଆଫଗାନିସ୍ତାନ ପ୍ରତିନିଧି ମଣ୍ଡଳୀଙ୍କ ଦିଲ୍ଲୀରେ ସ୍ୱାଗତ କରିଛନ୍ତି । ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବାକୁ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଆର୍ଥିକ ସ୍ଥିତିଠାରୁ ନେଇ ବାଣିଜ୍ୟିକ ଏବଂ ଆତଙ୍କବାଦୀ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଭାରତ ପୁଣି ଥରେ କାବୁଲରେ ଦୂତାବାସ ଖୋଲିବାକୁ ଘୋଷଣା କରିଛି ।
କେନ୍ଦ୍ର ମନ୍ତ୍ରୀ ପହଲଗାମ ଆକ୍ରମଣ ସମୟରେ ଭାରତକୁ ଆଫଗାନିସ୍ତାନର ସମର୍ଥନକୁ ଉଲ୍ଲେଖନୀୟ କହିଛନ୍ତି । ଆତଙ୍କବାଦର ପ୍ରତ୍ୟେକ ରୂପ ଉପରେ ଲଢ଼େଇ କରିବାକୁ ସମସ୍ତ ସମ୍ଭବ ଚେଷ୍ଟା କରାଯିବା ଜରୁରୀ ଅଟେ । ଦୁଇ ଦେଶ ଆତଙ୍କବାଦୀ ପ୍ରସଙ୍ଗ ଉପରେ ମିଳିତ ଭାବରେ କାମ କରିବେ । ଏହା ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତ ଆଫଗାନିସ୍ତାନ ଅଖଣ୍ଡତା ଏବଂ ସ୍ୱତନ୍ତ୍ରତା ପାଇଁ ପୂର୍ଣ୍ଣତାର ସହିତ ପ୍ରତିବଦ୍ଧ ଅଟେ । ଆଫଗାନର ଲୋକେ ନିଜ ଭବିଷ୍ୟତ ସ୍ଥିର କରିବା ଉଚିତ, ଏହା ଭାରତ ଲକ୍ଷ୍ୟ ବୋଲି କହିଛନ୍ତି ଏସ୍. ଜୟଶଙ୍କର ।