ନୂଆଦିଲ୍ଲୀ: ଭାରତ ପୁଣି ଥରେ ଅର୍ଥନୀତି କ୍ଷେତ୍ରରେ ପତାକା ଉଡାଇଛି। ଏବେ ଜାପାନକୁ ଟପି ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୈତିକ ଦେଶରେ ପରିଣତ ହୋଇଛି। ଏହାର ଅର୍ଥ ଏବେ ଭାରତ ଠାରୁ ଅର୍ଥନୀତି କ୍ଷେତ୍ରରେ କେବଳ ୩ଟି ଦେଶରେ ଆଗରେ ରହିଛି। ଆମେରିକା, ଚୀନ, ଜର୍ମାନୀ ପରେ ଏବେ ଭାରତ ୪ର୍ଥ ସ୍ଥାନରେ ରହିଛି। ନୀତି ଆୟୋଗର ସିଇଓ ବି.ଭି.ଆର୍ ସୁବ୍ରମଣ୍ୟମ ଏନେଇ ଶନିବାର ସୂଚନା ଦେଇଛନ୍ତି।
ନୀତି ଆୟୋଗର ଦଶମ ଗଭନିଂ କାଉନସିଲ୍ ବୈଠକ ପରେ ଏକ ସମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି। IMF ତଥ୍ୟ ଅନୁଯାୟୀ, ଭାରତର GDP ଏବେ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିସାରିଛି। ଭାରତ ଅର୍ଥନୀତିର ଆକାର ଜାପାନ ଅର୍ଥନୀତିର ଆକାର ଠାରୁ ବଡ଼ ହୋଇଥିବା ଯୁକ୍ତିକୁ ଦର୍ଶାଇବା ପାଇଁ ସେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ) ତଥ୍ୟର ସାହାରା ନେଇଛନ୍ତି, ଫଳରେ ବର୍ତ୍ତମାନ କେବଳ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଏବଂ ଜର୍ମାନୀ ଭାରତର ଅର୍ଥନୀତି ଠାରୁ ବଡ଼। ଯୋଜନା ଅନୁଯାୟୀ ସବୁ କାର୍ଯ୍ୟ ଚାଲିଲେ ଅଢେଇରୁ ୩ ବର୍ଷ ଭିତରେ ଭାରତ ବିଶ୍ୱର ବୃହତ୍ ଅର୍ଥନୀତିରେ ପରିଣତ ହେବ।