କେରଳ: ମଝି ସମୁଦ୍ରରେ ଏକ ବିଦେଶୀ ଜାହାଜ ବୁଡ଼ିଯାଉଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀ ଦେବଦୂତ ସାଜି ତାକୁ ଉଦ୍ଧାର କରିଛି । କୋଚି ନିକଟସ୍ଥ ସମୁଦ୍ରରେ ବୁଡ଼ି ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜରୁ ୨୧ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଅଭିଯାନ ଜାରି ରହିଛି। ଏହି ମାଲବାହୀ ଜାହାଜଟି ଲିବିୟାର ବୋଲି ଜଣାପଡିଛି , ଯାହାକି ଏପର୍ଯ୍ୟନ୍ତ ଅଧା ବୁଡ଼ିଯାଇଛି ଓ ଧୀରେ ଧୀରେ ସଂପୂର୍ଣ୍ଣଭାବେ ବୁଡ଼ିଯାଉଛି ।
ଲିବିଆ ପତାକାଯୁକ୍ତ କଣ୍ଟେନର ଜାହାଜ ହେଉଛି MSC ELSA 3, ଯାହା ମେ ୨୩ ତାରିଖରେ ଭିଜିନଜାମ ବନ୍ଦରରୁ ବାହାରିଥିଲା ଏବଂ ମେ ୨୪ ତାରିଖରେ କୋଚିରେ ପହଞ୍ଚିବାର ଥିଲା। ମେସର୍ସ ଏମଏସସି ସିପ୍ ମ୍ୟାନେଜମେଣ୍ଟ ୨୪ ମେ ଦିନ ପ୍ରାୟ ୧:୨୫ ସମୟରେ କୋଚିର ଦକ୍ଷିଣ ପଶ୍ଚିମରେ ପ୍ରାୟ ୩୮ ନଟିକାଲ ମାଇଲ ଦୂରରେ ଜାହଜ ବୁଡିଯାଉଥିବା ବିଷୟରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା ଏବଂ ତୁରନ୍ତ ସହାୟତା ଲୋଡ଼ିଥିଲା। ଏହାପରେ ଭାରତୀୟ କୋଷ୍ଟଗାର୍ଡ ତୁରନ୍ତ ଆରମ୍ଭ କରିଥିଲେ ଅପରେସନ । ୨୪ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୧ଜଣଙ୍କୁ ଉଦ୍ଧାର କରାଯାଇଛି। ଅବଶିଷ୍ଟ ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଖୋଜାଖୋଜି କରୁଛି।