ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ଭାରତର ପକ୍ଷ ରଖିବା ଏବଂ ଆତଙ୍କବାଦ ଉପରେ ପାକିସ୍ତାନର ମୁଖା ଖୋଲିବା ପାଇଁ ଆମେରିକାରେ ପହଞ୍ଚିଛନ୍ତି ସାଂସଦ ଶଶି ଥରୁର । ଏଠାରେ ସେ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆମେରିକା ମାଟିରେ ଥରୁର ପାକିସ୍ତାନ ମାଟିରେ କିଭଳି ଭାବେ ଆତଙ୍କବାଦୀଙ୍କ ମୁଖ୍ୟାଳୟ ଉପରେ ସନ୍ତୁଳିତ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ବିସ୍ତୃତ ଭାବେ ଜଣାଇଛନ୍ତି ।
ଭାରତର ଅପରେସନ ସିନ୍ଦୂରରେ ୨୬ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଯଦି ପୁନର୍ବାର ହମଲା କରିବାକୁ ସତସାହାସ କରନ୍ତି ତେବେ ମୁହଁତୋଡ ଜବାବ ଦିଆଯିବ । ଟ୍ୱିନ ଟାୱାର ଉପରେ ହୋଇଥିବା ହମଲା ବିଷୟରେ ଉଲ୍ଲେଖ କରି ଥରୁର ଆତଙ୍କବାଦ ବିରୋଧୀ ଲଢେଇରେ ପୂରା ଦୁନିଆ ଏକ ସଙ୍ଗେ ଆସିବାକୁ ଆହ୍ୱାନ ଦେଇଛନ୍ତି ।
ଭାରତୀୟ ଦୂତାବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ଥରୁର କହିଛନ୍ତି, ଭାରତ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, ବାସ୍ ବହୁତ ହୋଇଗଲା । ଯଦି ଏମିତ ହମଲା ପୁନର୍ବାର ହୁଏ ତେବେ ପାକିସ୍ତାନକୁ ଉଚିତ୍ ଜବାବ ଦିଆଯିବ । କାରଣ ଏହା ଆମର ଆତ୍ମରକ୍ଷାର କଥା । ଆମେ ଏମିତି କାର୍ଯ୍ୟାନୁଷ୍ଠାନ ନେବୁ ଯାହା ଦୁନିଆ ମଧ୍ୟ ବୁଝି ପାରିବ । ଆମର ଉଦ୍ଦେଶ୍ୟ ଲଢେଇକୁ ବଢାଇବା ନୁହେଁ ବରଂ ଆତଙ୍କବାଦକୁ ରୋକିବା ଉପରେ ରହିଛି ।
ପହଲଗାମ ଆତଙ୍କୀ ହମଲା ବିଷୟରେ ଆଲୋଚନା କରି ଥରୁର କହିଛନ୍ତି, ପହଲଗାମରେ ଏମିତି କିଛି ଆତଙ୍କୀ ଗୋଷ୍ଠୀ ଥିଲେ ଯିଏ ବୀପରିତ ଧର୍ମର ଲୋକଙ୍କୁ ଚିହ୍ନଟ କରି ଗୁଳି କରୁଥିଲେ । ମୁସଲିମଙ୍କୁ ଛାଡି ଦେଉଥିଲେ ଏବଂ ହିନ୍ଦୁଙ୍କୁ ଟାର୍ଗେଟ୍ କରି ହତ୍ୟା କରୁଥିଲେ । ସେମାନଙ୍କର ଉଦ୍ଦେଶ୍ୟ ଭାରତରେ ସାମାଜିକ ସଦଭାବକୁ ବିଗାଡିବା ବୋଲି ଥରୁର କହିଛନ୍ତି ।