ବିଜାପୁର: ଛଡ଼ିଶଗଡ଼ ବିଜାପୁରେ ଲାଲବାହିନୀର ବଡ଼ ହମଲା କରିଛନ୍ତି । ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଗାଡ଼ି ଚାଳକଙ୍କ ପ୍ରାଣ ହରାଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବସ୍ତର ଆଇ.ଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି । କୁମ୍ବିଂ ଅପରେସନ୍ ସାରି ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିବା ଜଣପଡ଼ିଛି ।
ବିଜାପୁର ଜିଲ୍ଲାର କୁତ୍ରୁ-ବେଦ୍ରେ ରାସ୍ତାରେ ଯବାନମାନେ ଜଏଣ୍ଟ ଅପରେସନ୍ ସାରି ଦନ୍ତେୱାଡ଼ା ଜିଲ୍ଲା ଅଭିମୁଖେ ଏକ ସ୍କର୍ପିଓ ଗାଡ଼ିରେ ଫେରୁଥିଲେ । ଅପରାହ୍ନ ପ୍ରାୟ ୨ଟା ୩୦ମିନିଟ୍ ସମୟରେ ଉକ୍ତ ରାସ୍ତାରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ପ୍ରାୟ ୪୦ରୁ ୫୦ ଫୁଟ୍ ଉପରକୁ ଉଠିଯାଇଥିଲା ଏବଂ ଉକ୍ତ ସ୍ଥାନରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୮ ଜଣ ଡିଆରଜି ଯବାନ ରହିଛନ୍ତି । ଅନ୍ୟ କିଛି ଗୁରୁତରଙ୍କୁ ରାୟପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ କୁହାଯାଉଛି, କୁତ୍ରୁ-ବେଦ୍ରେ ରାସ୍ତା ଏବେ ନୂଆ ନିର୍ମାଣ କରାଯାଇଛି । ରାସ୍ତା କାମ ପୂର୍ବରୁ ଲ୍ୟାଣ୍ଡମାଇନ ବିଛା ଯାଇଥିଲା ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଏହି ବିସ୍ଫୋରଣରେ ଦୁଃଖ ପ୍ରକାଶ କରି ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଓ ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ୍ ମୁକ୍ତ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହାକୁ ପୂରଣ କରାଯାଇଛି ।
ମାଓବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ପରେ ସମସ୍ତ ରାଜ୍ୟରେ ମାଓ ବିରୋଧି ଅଭିଯାନକୁ ଜୋରଦାର କରାଯାଇଛି । ବାରମ୍ବାର ଅପରେସନ୍ କରି ମାଓବାଦୀଙ୍କୁ ନିପାତ କରୁଛନ୍ତି । ଗତକାଲି ମଧ୍ୟ ଛତିଶଗଡ଼ରେ ୪ ଜଣ ହାଡ଼କୋର୍ ମାଓବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାବାହିନୀ । 2023ରେ ମଧ୍ୟ ଦନ୍ତେୱାଡ଼ାରେ ସମାନ ଧରଣର ବିସ୍ଫୋରଣ ହୋଇଥିଲା ।