କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସିଦ୍ଧାରାମୈୟା, ଯିଏ କି ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେ ସମୁଦାୟ ୮ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ ଗଢ଼ିଛନ୍ତି। ସେ ୧୯୮୩ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାରେ ପ୍ରବେଶ କରିଥିଲେ, ଦୁଇ ଥର ଉପ-ମୁଖ୍ୟମନ୍ତ୍ରୀ ରହିଥିଲେ ଏବଂ ବିରୋଧୀ ଦଳର ନେତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସିଦ୍ଧାରାମୈୟାଙ୍କ ଜନ୍ମ ୩ ଅଗଷ୍ଟ ୧୯୭ରେ ହୋଇଥିଲା, ସେ ତାଙ୍କର ଡାକନାମ 'ସିଦ୍ଦୁ' ଭାବେ ମଧ୍ୟ ବେଶ୍ ଜଣାଶୁଣା।
ସେ ୨୦ ମେ ୨୦୨୩ରୁ ୨୮ ମେ ୨୦୨୬ ପର୍ଯ୍ୟନ୍ତ କର୍ଣ୍ଣାଟକର ୧୬ତମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ପ୍ରଥମ କାର୍ଯ୍ୟକାଳ ପାଇଁ ଏହି ପଦ ସମ୍ଭାଳିଥିଲେ ଏବଂ ପୂରା ପାଞ୍ଚ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାରେ ସେ ରାଜ୍ୟର ମାତ୍ର ଦ୍ୱିତୀୟ ବ୍ୟକ୍ତି ଥିଲେ। ଜାନୁଆରୀ ୨୦୨ରେ ସେ ଡି. ଦେବରାଜ ଅର୍ସଙ୍କ ରେକର୍ଡ ଭାଙ୍ଗି କର୍ଣ୍ଣାଟକର ସବୁଠାରୁ ଦୀର୍ଘ ସମୟ ଧରି ସେବା କରିଥିବା ମୁଖ୍ୟମନ୍ତ୍ରୀ ବନିଥିଲେ।
ସିଦ୍ଧାରାମୈୟାଙ୍କ ରାଜନୈତିକ ସଫର:
• ମୈସୁରର ସିଦ୍ଧରାମନହୁଣ୍ଡିର ବାସିନ୍ଦା ସିଦ୍ଧାରାମୈୟା ପ୍ରଥମ ଥର ପାଇଁ ୧୯୮୩ରେ ଚାମୁଣ୍ଡେଶ୍ୱରୀ ନିର୍ବାଚନ ମଣ୍ଡଳୀରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ।
• ସେ ଜନତା ପାର୍ଟି ସରକାରରେ କନ୍ନଡ ଏବଂ ସଂସ୍କୃତି, ପଶୁପାଳନ ଆଦି ବିଭାଗର କାର୍ଯ୍ୟଭାର ସମ୍ଭାଳିଥିଲେ।
• ସେ ଜେ.ଏଚ୍. ପଟେଲ୍ (୧୯୯୬ରୁ ୧୯୯୯) ଏବଂ ଧର୍ମସିଂହ (୨୦୦୪ରୁ ୨୦୦୫)ଙ୍କ ସରକାରରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
• ସେ ୨୦୦୮-୨୦୧୩ ଏବଂ ୨୦୧୯-୨୦୨୩ ମଧ୍ୟରେ ବିଜେପି ସରକାର ସମୟରେ ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ କରିଥିଲେ। ୨୦୧୩ରୁ ୨୦୧୮ ଏବଂ ୨୦୨୩ରୁ ଏବେ ପର୍ଯ୍ୟନ୍ତ ସେ କଂଗ୍ରେସ ନେତୃତ୍ୱାଧୀନ ରାଜ୍ୟ ସରକାରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
ବିଧାନସଭା ନିର୍ବାଚନରେ ୯ ଥର ହାସଲ କରିଛନ୍ତି ବିଜୟ:
ସିଦ୍ଧାରାମୈୟା ନିଜ ରାଜନୈତିକ କ୍ୟାରିୟରରେ ସମୁଦାୟ ୯ ଥର କର୍ଣ୍ଣାଟକ ବିଧାନସଭାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ୧୯୮୩ରେ ଚାମୁଣ୍ଡେଶ୍ୱରୀ ନିର୍ବାଚନ ମଣ୍ଡଳୀରୁ (ସ୍ୱାଧୀନ ପ୍ରାର୍ଥୀ ଭାବେ), ୧୯୮୫ରେ ଚାମୁଣ୍ଡେଶ୍ୱରୀ ଆସନରୁ (ଜନତା ପାର୍ଟି ପ୍ରାର୍ଥୀ ଭାବେ) ଏବଂ ୧୯୯୪ରେ ଚାମୁଣ୍ଡେଶ୍ୱରୀ ନିର୍ବାଚନ ମଣ୍ଡଳୀରୁ (ଜନତା ଦଳ ପ୍ରାର୍ଥୀ ଭାବେ) ବିଧାୟକ ଚୟନ ହୋଇଥିଲେ।
ଏହାପରେ ୨୦୪ରେ ଚାମୁଣ୍ଡେଶ୍ୱରୀ ଆସନରୁ (ଜେଡିଏସ୍ ପ୍ରାର୍ଥୀ ଭାବେ), ୨୦୦୬ ଉପ-ନିର୍ବାଚନରେ ଚାମୁଣ୍ଡେଶ୍ୱରୀ ଆସନରୁ, ୨୦୦୮ ଏବଂ ୨୦୧୩ରେ ବରୁଣା ନିର୍ବାଚନ ମଣ୍ଡଳୀରୁ (କଂଗ୍ରେସ ପ୍ରାର୍ଥୀ ଭାବେ), ୨୦୧୮ରେ ବାଦାମୀ ନିର୍ବାଚନ ମଣ୍ଡଳୀରୁ (କଂଗ୍ରେସ ପ୍ରାର୍ଥୀ ଭାବେ) ଏବଂ ୨୦୨୩ରେ ପୁଣିଥରେ କଂଗ୍ରେସ ପ୍ରାର୍ଥୀ ଭାବେ ବରୁଣା ଆସନରୁ ନିର୍ବାଚନ ଜିତିଛନ୍ତି।