ହିମାଚଳ ପ୍ରଦେଶରେ ଏକ ବସ ଦୁର୍ଘଟଣା ଘଟିଛି। ଏକ ଘରୋଇ ବସ ଗଭୀର ଗର୍ତ୍ତରେ ଖସିପଡ଼ିଛି। ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ, ଏଥିରେ ପ୍ରାୟ ୬୦ଜଣ ଲୋକ ଥିଲେ। ବସ୍ ଟି ସିମଲାରୁ କୁପଭି ଅଭିମୁଖେ ଯାତ୍ରା କରୁଥିଲା। ସିରମୌର ଜିଲାର ରେଣୁକାଜୀ ବିଧାନସଭା ନିର୍ବାଚନମଣ୍ଡଳୀର ହରିପୁରଧରରେ ‘ଜିତ କୋଚ’ ନାମକ ଘରୋଇ ବସଟି ଘାଟିରୁ ପ୍ରାୟ ୬୦ମିଟର ତଳକୁ ଗଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି। ୫ରୁ ଅଧିକ ଗୁରୁତର ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ସ୍ଥାନୀୟ ହରିପୁରଧର ହସ୍ପିଟାଲକୁ ପଠାଯାଇଛି।
ସୂଚନା ଅନୁଯାୟୀ, ହରିପୁରଧର ବଜାର ପୂର୍ବରୁ ବସଟି ଘାଟିରେ ପଡ଼ିଥିଲା। ତଥାପି, ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଘଟଣା ପରେ, ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସରୁ ଲୋକମାନଙ୍କୁ ଉଦ୍ଧାର କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୬୦ ମିଟର ଘାଟିରୁ ଖସିଲା ପରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।ଏଥିରେ କ୍ଷମତାଠାରୁ ଅଧିକ ଯାତ୍ରୀ ରହିଥିଲେ ଥିଲେ। ଆହତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ, କିନ୍ତୁ ସେମାନଙ୍କୁ ହରିପୁରଧର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଧିକ ପଢନ୍ତୁ: ଖୋର୍ଦ୍ଧାରେ ଦୁଇଟି ଦୁର୍ଘଟଣାରେ ୩ ମୃତ