ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସଦୁଦ୍ଦିନ ଓୱେସି କେନ୍ଦ୍ର ସରକାରଙ୍କୁ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ତେଲେଙ୍ଗାନାରେ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ‘ଯଦି ବିଜେପି ସରକାର ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ଗମ୍ଭୀର ଭାବେ ଚିନ୍ତା କରୁଛନ୍ତି ତେବେ ଏହା, ଘରେ ପଶି ହତ୍ୟା କରିବା ଠୁ ଉଦ୍ଦ୍ୱର୍ରେ ଭାବନ୍ତୁ। ଏବେ ସମୟ ଆସିଛି, କେବଳ ଘରେ ପଶି ହତ୍ୟା କରିବା ନୁହେଁ, ବରଂ ଘରେ ବସିରହିବା, ଅର୍ଥାତ୍ ଘରକୁ ପୂରା ଦଖଲ କରିବା। ସେ କହିଛନ୍ତି ଯେ କାଶ୍ମୀରକୁ ନେଇ ସବୁ ଦଳ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ କରିସାରିଛନ୍ତି ଯେ ପାକିସ୍ତାନ ଅଧିକୃତ କାଶ୍ମୀର ଆମର।
ଏକ ସାମ୍ବାଦିକ ସମ୍ମିଳନୀରେ ଓୱେସି କହିଛନ୍ତି, “ପହଲଗାମ ଆକ୍ରମଣ ଦର୍ଶାଉଛି ଯେ ଆତଙ୍କବାଦୀମାନେ ଭାରତକୁ ଆହୁରି ଟାର୍ଗେଟ କରୁଛନ୍ତି। ଏହାର ମୂଳ ହେଉଛି PoK, ଯେଉଁଠାରୁ ଆତଙ୍କବାଦୀମାନେ ପ୍ରଶିକ୍ଷଣ ଓ ସମର୍ଥନ ପାଉଛନ୍ତି। କେନ୍ଦ୍ର ସରକାରଙ୍କୁ ଏବେ କଡ଼ା ପଦକ୍ଷେପ ନେବାକୁ ପଡ଼ିବ ଏବଂ ଆତଙ୍କବାଦର ମୂଳକୁ ଆକ୍ରମଣ କରିବା ଆବଶ୍ୟକ। କାରଣ ଏବେ ସମୟ ଆସିଛି ଘରେ ପଶି ଦଖଲ କରିବାର।”
ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଓୱେସି:
ଓୱେସି କହିଛନ୍ତି ଯେ, ପୂର୍ବରୁ ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଲଢ଼େଇର ସମର୍ଥନ କରିଥିଲେ। ୨୬/୧୧ ମୁମ୍ବାଇ ଆକ୍ରମଣ, ପୁଲୱାମା ଆକ୍ରମଣ, ଉରି ଆକ୍ରମଣ, ପଠାନକୋର୍ଟ ଆକ୍ରମଣ ବିଭିନ୍ନ ମସୟରେ ଆତଙ୍କବାଦୀ ମାନେ ଗୋଟେ ପରେ ଗୋଟେ ଆକ୍ରମଣ ଘଟାଇଚାଲିଛନ୍ତି। ତେବେ ଏହାକୁ ମୂଳୋତ୍ପାଟନ କରିବାକୁ ସମୟ ଆସିଛି। ଆତଙ୍କବାଦ ବିରୋଦ୍ଧରେ ଦେଶର ହିତ ପାଇଁ ସବୁ ବିରୋଧୀ ଦଳ ବି ଏକାଠି ହୋଇଛନ୍ତି। ତେଣୁ ଏଥର ସେମାନଙ୍କୁ ସହଜରେ ଛଡ଼ା ନ ଯାଉ, ବରଂ ଲଢେଇ ନିର୍ଣ୍ଣାୟକ ହେଉ ବୋଲି ଓୱେସି କହିଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଅସଦୁଦ୍ଦିନ ଓୱେସି କହିଥିଲେ ଯେ ସେ ସରକାରଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ଛିଡ଼ା ହୋଇଛନ୍ତି। ଓୱେସି ପହଲଗାମର ଆତଙ୍କବାଦୀମାନଙ୍କୁ କୁକୁର ସହିତ ତୁଳନା କରିଥିଲେ। ଓୱେସି ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ପାକିସ୍ତାନର କୌଣସି ସ୍ଥିତି ନାହିଁ। ସେ ଅଧ ଘଣ୍ଟା ପଛରେ ନୁହଁନ୍ତି ବରଂ ଅର୍ଦ୍ଧ ଶତାବ୍ଦୀ ପଛରେ ଅଛନ୍ତି। ପାକିସ୍ତାନକୁ ଆଇନା ଦେଖାଇ ଓୱେସି କହିଥିଲେ ଯେ ସେ ମ୍ୟାଲେରିଆର ଔଷଧ ତିଆରି କରିପାରିବ ନାହିଁ, ପାକିସ୍ତାନ ମୋଟରସାଇକେଲ ଟାୟାର ତିଆରି କରିପାରିବ ନାହିଁ, ଭାରତ ତୁମଠାରୁ ବହୁତ ଆଗରେ, ଭାରତ ସହିତ ତୁମେ ଚ୍ୟାଲେଞ୍ଜ ନିଅନି, ଏହା ତୁମକୁ ଭାରି ପଡ଼ିବ। ଏବେ ଭାରତ ଯାହା ନିଷ୍ପତି ନେବ, ସେଥିରେ କେବଳ ମୁଁ ନୁହେଁ, ଦେଶର ପ୍ରତିଟି ନାଗରିକଙ୍କ ସମର୍ଥନ ରହିବ।
ଅଧିକ ପଢନ୍ତୁ: ପହଲଗାମ୍ ଆକ୍ରମଣକୁ ନେଇ ଅମିତ ଶାହାଙ୍କ କଡ଼ା ଚେତାବନୀ; କହିଲେ, ‘ପ୍ରତିଟି ଆତଙ୍କବାଦୀକୁ ଖୋଜି ଖୋଜି ମାରିବୁ, କୌଣସି ବି ପରିସ୍ଥିତିରେ ଛଡ଼ାଯିବନି’