ପାକ୍ୟୋଂଗ: ସିକ୍କିମରେ ପାକ୍ୟୋଂଗ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଭାରତୀୟ ସେନାରେ ଏକ ବଡ଼ କ୍ଷତି ହୋଇଛି । ସେନାର ଗାଡ଼ି ଘାଟିକୁ ଖସି ପଡ଼ିବା ଫଳରେ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ମଧ୍ୟ ପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର ଶିଳ୍ପକାର ଡବ୍ଲ୍ୟୁ ପିଟର, ହରିୟାଣାର ଗୁରୁସେବ ସିଂହ ଓ ତାମିଲନାଡ଼ୁର ସୁବେଦାର କେ. ଥଙ୍ଗାପଂଡୀ ।
ସେନା ଅଧିକାରୀଙ୍କ ସୂଚନା ମୁତାବକ, ପଶ୍ଚିମବଙ୍ଗରୁ ଏକ ସେନା ଗାଡ଼ି ପେଡ଼ୋଂଗରୁ ସିଲ୍କ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ସିକ୍କିମର ପାକ୍ୟୋଂଗ ଜିଲ୍ଲା ନିକଟରେ ଭାରସାମ୍ୟ ହରାଇ ଘାଟିକୁ ଖସି ପଡ଼ିଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ପଶ୍ଚିମବଙ୍ଗ ବିନାଗୁଡ଼ୀର ଗୋଟିଏ ୟୁନିଟରେ କାର୍ୟ୍ୟରତ ଥିଲେ ବୋଲି ଜଣାପଡ଼ିଛି ।