ନୂଆଦିଲ୍ଲୀ: ଆମେରିକା ଏଚ-୧ବି ଭିସା ଉପରେ ନୂତନ ନିୟମ ଲାଗୁ କରିସାରିଛି । ଏଚ-୧ବି ଭିସା ରଖିଥିବା ଭାରତୀୟ କର୍ମଚାରୀଙ୍କୁ ଏବେ ୧ ଲକ୍ଷ ଡଲାର୍ ବା ୮୮ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ତେଣୁ ଏହାକୁ ନେଇ ଏବେ ଚିନ୍ତାରେ କର୍ମଚାରୀ । ଯେଉଁମାନେ ଭାରତ ଆସିଛନ୍ତି ସେମାନେ ଯଦି ୨୪ ଘଣ୍ଟା ଭିତରେ ଆମେରିକା ଫେରି ଯିବାକୁ ପଡ଼ିବ । ଯଦି ନଯାଆନ୍ତି ତେବେ ସେମାନଙ୍କୁ ୮୮ ଲକ୍ଷ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ, ନଚେତ ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏହା ପରେ ଭାରତରୁ ଆମେରିକା ଯିବାକୁ ଥିବା ବିମାନ ଶୁଳ୍କ ଅହେତୁକ ଭାବେ ବୃଦ୍ଧି ପାଇଛି ।
ପ୍ରାୟ ୭୦ ପ୍ରତିଶତ ଭାରତୀୟ ଏଚ୍-୧ବି ଭିସା ଧାରଣ କରିଛନ୍ତି । ଯେଉଁମାନେ ବର୍ତ୍ତମାନ ଭାରତରେ ଅଛନ୍ତି ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଆମେରିକାର ନୂତନ ନିୟମ ଘୋଷଣା ପରେ ବିମାନ କମ୍ପାନୀଗୁଡ଼ିକ ନିଜର ଲାଭ ଦେଖିଛନ୍ତି । ବିମାନ ଭଡ଼ାକୁ ଦ୍ୱିଗୁଣିତ କରିଦେଇଛନ୍ତି । ନୂଆ ଦିଲ୍ଲୀରୁ ନ୍ୟୁୟର୍କ ଯିବାକୁ ଥିବା ବିମାନର ଭଡ଼ା ବୃଦ୍ଧି ପାଇଛି । କେବଳ ଯିବା ପାଇଁ ୩୭, ୦୦୦ ଟଙ୍କା ଦେବାକୁ ପଡ଼ୁଥିବାବେଳେ ବର୍ତ୍ତମାନ ତାହାର ମୂଲ୍ୟ ୭୦-୮୦ ହଜାର ହୋଇଯାଇଛି ।
ସେପଟେ ଯେଉଁମାନେ ଆମେରିକା ବିମାନବନ୍ଦରରେ ମଧ୍ୟ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଯେଉଁମାନେ ଆମେରିକାରୁ ନିଜ ଦେଶକୁ ଆସିବାକୁ କିମ୍ବା କୌଣସି କାମରେ ଯିବାକୁ ବାହାରିଥିଲେ ସେମାନେ ମଧ୍ୟ ନିଜର ଗସ୍ତକୁ ସ୍ଥଗିତ ରଖିଛନ୍ତି । କାରଣ ଏବେ ଯାତ୍ରା କରି ଫେରିବା ପରେ ସେମାନେଙ୍କୁ ୧ ଲକ୍ଷ ଡଲାର ଦେବାକୁ ପଡ଼ିବ ।
ନିୟମ ଲାଗୁ ହେବା ପୂର୍ବରୁ ଆମେରିକାର ବଡ ବଡ ଆଇଟି କମ୍ପାନିମାନେ ନିଜର ବିଦେଶୀ କର୍ମଚାରୀ, ବିଶେଷ କରି ଭାରତୀୟ କର୍ମଚାରୀଙ୍କ ପାଇଁ ଏକ ଇମେଲ୍ ଜାରି କରିଛନ୍ତି । ଗୋଟିଏ ଦିନ ଭିତରେ କୌଣସି ବି ସ୍ଥିତିରେ ଆମେରିକା ଫେରି ଆସିବାକୁ କୁହାଯାଇଛି ।