ମିଠା ପାଇଁ ମାଡ଼ଗୋଳ ହୋଇ ଆହତ ହେଲେ ୬ଜଣ ଲୋକ । ବାହାଘର କାର୍ଯ୍ୟକର୍ମରେ ରସଗୋଲା ଅଭାବ ହେବାରୁ କିଛି ଲୋକ ମାଡ଼ଗୋଳ ହୋଇଥିଲେ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ରବିବାର ଦିନ ମଧ୍ୟ ରାତ୍ରିରେ ବାହାଘର ଭୋଜିରେ ମିଠାରେ ଅଭାବ ହୋଇଥିଲା । ସେହି ସମୟରେ ଏଭଳି ଘଟଣା ଘଟିଥିଲା । ଆହତ ହୋଇଥିବା ୬ ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁସାରେ,ରବିବାର ଦିନ ଉତ୍ତରପ୍ରଦେଶର ଶ୍ୟାମସାବାଦ ଅଞ୍ଚଳରେ ହୋଇଥିବା ଏକ ବିବାହ କାର୍ଯ୍ୟକ୍ରମରେ ହୋଇଥିବା ଭୋଜିରେ ରସଗୋଲାର ଅଭାବ ହୋଇଥିଲା । ଏହି ସମ୍ପର୍କରେ ଜଣେ ବ୍ୟକ୍ତି କହିଥିଲେ । ଏହି ସୂଚନା ଦେବାପରେ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟାଇ ୬ ଜଣ ଆହତ ହୋଇଥିବା ଜଣାଯାଇଛି। ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଆହତମାନେ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏହି ଘଟଣା ପରେ ସ୍ଥାନ ଲୋକେ ପୋଲିସ କୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ଏହି ମାମଲା ରୁଜୁ କରିଛି । ଏଥିସହ ପୋଲିସ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି । ଅନେକ ଲୋକ ଏହାକୁ ଉପହାସ ମଧ୍ୟ କରୁଛନ୍ତି ।
ଅଧିକ ପଢନ୍ତୁ :ସୁଟକେସରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ