ଅଲୀଗଡରେ ତାଲାନଗରୀ ଅଂଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ବଷ୍ଫୋରଣ ଘଟିଯାଇଛି । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏବଂ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ଅଲୀଗଡର ତାଲାନଗରୀ ଅଂଚଳରେ ବାଲକାମେଶ୍ୱର ନାମକ ଏକ ଲୁହା ତରଳା ଫ୍ୟାକ୍ଟ୍ରିରେ ଭୟଙ୍କର ବିଷ୍ଫୋରଣ ହୋଇଛି । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାସହିତ କିଛି ଲୋକଙ୍କ ଉପରେ ତରଳ ଲୁହା ମଧ୍ୟ ପଡିଯାଇଥିବା ଦେଖିବାକୁ ମିଳିିଛି । ଏହାସହ ନିଆଁ ଯୋଗୁଁ ଆଖ ପାଖ ଅଂଚଳରେ ନିଆଁ ମଧ୍ୟ ଲାଗିଯାଇଛି । ତେବେ ଏନେଇ ଖବର ପାଇବା ପରେ ଜିଲ୍ଲାଅଧିକାରୀ ଘଟଣା ସ୍ଥଳରେ ପହଂଚିଛନ୍ତି । ଏବଂ ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବା ସହ ସେମାନଙ୍କୁ ଉଦ୍ଧାର କରୁଛନ୍ତି ।