ଭାରତରେ ୫ଜି ଟ୍ରାଏଲ୍ ପାଇଁ ଟେଲିକମ୍ ବିଭାଗର ଅନୁମତି
Khabar Odisha:department-of-telecom-approve-application-of-telcos-for-5g-trail-without-chines-tecnology

 ନୁଆଦିଲ୍ଲୀ, ମେ ୪(ଖବର ଓଡିଶା); ଆଜି ଟେଲିକମ୍ ବିଭାଗ ପକ୍ଷରୁ ୫ଜି ଟ୍ରାଏଲ ପାଇଁ ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ, ଭାରତି ଏୟାରଟେଲ, ଭୋଡାଫୋନ୍ ଏବଂ ଏମଟିଏନଏଲ ପକ୍ଷରୁ କରାଯାଇଥିବା ଆବେଦନକୁ ଅନୁମୋଦନ କରାଯାଇଛି । ତେବେ ଏହି ଟ୍ରାଏଲରେ କୌଣଷି ଚାଇନାର ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେବନାହିଁ ବୋଲି କୁହାଯାଇଛି । 

ଏହି ଟ୍ରାଏଲରେ ଏରିକ୍ସନ୍‌, ନୋକିଆ,ସାମସଙ୍ଗ, ସି-ଡଟ୍‌, ରିଲିଆନ୍ସ ଜିଓ ଆଦି କମ୍ପାନୀ ମାନଙ୍କ ଦ୍ୱାରା ବିକଶିତ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ହେବ । ଏହାର ଅର୍ଥ ଏହି ଟ୍ରାଏଲରେ କୌଣଷି ଚାଇନାର କମ୍ପାନୀ ପ୍ରଥ୍ୟେକ୍ଷ ଭାବରେ ଜଡିତ ରହିବେ ନାହିଁ । 

ଆଜି ଟେଲିକମ୍ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି । ତେବେ ପୁର୍ବରୁ ଭୋଡାଫୋନ - ଆଇଡିଆ ଏବଂ ଭାରତୀ ଏୟାରଟେଲ ପକ୍ଷରୁ ଚ।।ନା କମ୍ପାନୀ ହୁଆୱେର ୫ଜି ପ୍ରଯୁକ୍ତି ବିଦ୍ୟାର ବ୍ୟବହାରରେ ୫ଜି ଟ୍ରାଏଲ କରିବାକୁ ଆବେଦନ କରିଥିଲା ବେଳେ ପରେ ସେମାନେ ବିନା କୌଣଷି ଚାଇନା କମ୍ପାନୀ ସାହାଯ୍ୟରେ ଏହା କରିବାକୁ ଆବବେଦନ କରିଥିଲେ । 

ତେଲିକମ୍ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଟେଲିକମ୍ ସେବା ଯେଅଗାଇ ଦେଉଥିବା କମ୍ପାନୀ ମାନେ ଏରିକ୍ସନ୍‌, ନୋକିଆ,ସାମସଙ୍ଗ, ସି-ଡଟ୍ ଏବଂ ରିଲିଆନ୍ସ ଜିଓ ଇଣ୍ଡିଜିନିଆସ୍ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରରେ ଏହି ଟ୍ରାଏଲ କରିବେ । ତେବେ ସରକାରଙ୍କର ଏହି ନିଷ୍ପତିରୁ ଜଣା ପଡୁଛି ଚାଇନା କମ୍ପାନୀ ଗୁଡିକୁ ୫ଜି ପ୍ରକ୍ରିୟାରୁ ସରକାର ବାହରେ ରଖିବାକୁ ଚାହୁଁଛନ୍ତି । 

ଟେଲିକମ୍ ସଂସ୍ଥାଗୁଡ଼ିକୁ ବିଭିନ୍ନ ପରୀକ୍ଷାମୂଳକ ସ୍ପେକ୍ଟ୍ରମ୍, ମିଡ୍ ବ୍ୟାଣ୍ଡ (୩୨ ଜିଗା ହଜ୍ ରୁ ୩.୬୭ ଜିଗା ହଜ୍‌), ମିଲିମିଟର ବ୍ୟାଣ୍ଡ (୨୪.୨୫ ଜିଗା ହଜ୍ ରୁ ୨୮.୫ ଜିଗା ହଜ୍‌) ଏବଂ ସବ୍-ଗିଗର୍ଟଜ୍ ବ୍ୟାଣ୍ଡ (୭୦୦ ଜିଗା ହଜ୍‌) ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

୫ଜି ପରୀକ୍ଷା ପରିଚାଳନା ପାଇଁ ଟେଲିକମ୍ ଅପରେଟରମାନଙ୍କୁ ସେମାନଙ୍କର ବିଦ୍ୟମାନ ସ୍ପେକ୍ଟ୍ରମ (୮୦୦ ଜିଗା ହଜ୍‌, ୯୦୦ ଜିଗା ହଜ୍ । ୧୮୦୦ ଜିଗା ହଜ୍ ଏବଂ ୨୫୦୦ ଜିଗା ହଜ୍‌) ବ୍ୟବହାର କରିବାକୁ ଅନୁମତି ଦିଆଯିବ । 

ପରୀକ୍ଷଣର ଅବଧି, ବର୍ତ୍ତମାନ, ୬ ମାସ ପାଇଁ । ଉପକରଣ କ୍ରୟ ଏବଂ ସେଟିଂ ପାଇଁ ଏହା ୨ ମାସର ସମୟ ଅନ୍ତର୍ଭୂକ୍ତ ବୋଲି କହିଛନ୍ତି।

ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରତ୍ୟେକ ଟିଏସପି ସହରାଞ୍ଚଳ ସେଟିଂ ବ୍ୟତୀତ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରୀ ସେଟିଂସମୂହରେ ପରୀକ୍ଷା କରିବାକୁ ପଡିବ ଯାହା ଦ୍ୱାରା ଏହାର ଲାଭ ହେବ ଏହା ଦ୍ୱାରା ୫ଜି ଟେକ୍ନୋଲୋଜି ସମଗ୍ର ଦେଶରେ ବିସ୍ତାର କରିବ ବୋଲି କୁହାଯାଇଛି।

  • Tags:

Subscribe

National International State Sports Entertainment