ନୂଆଦିଲ୍ଲୀ: ଦିଲ୍ଲୀର କରୋଲବାଗରେ ଭୟଙ୍କର ଅଗ୍ନିକାଣ୍ଡ । କାରୋଲବାଗରେ ଥିବା ବିଶାଳ ମେ ମାର୍ଟରେ ନିଆଁ ଲାଗି ଜଳିଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତି । ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡ ସମୟରେ ଜଣେ ଯୁବକ ଲିପ୍ଟରେ ଫସି ରହିଥିଲେ । କାରଣ ସେହି ସମୟରେ କରେଣ୍ଟ କାଟି ଦିଆଯିବାରୁ ଯୁବକ ଜଣକ ଲିପ୍ଟରେ ବନ୍ଦ ହୋଇଯାଇଥିଲା । ଲିପ୍ଟରେ ଥିବା ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା ।
ଘଟଣା ମୁତାବିକ ଶୁକ୍ରବାର ସନ୍ଧ୍ୟାରେ ବିଶାଳ ମେଗା ମାର୍ଟର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିବା ପରେ ଏହା ତୃତୀୟ ଓ ଚତୃର୍ଥ ମହଲାକୁ ବ୍ୟାପିଥିଲା । ନିଆଁ ଏତେ ଭୟଙ୍କର ରହିଥିଲା ଯେ, ଏହାକୁ ଆୟତ୍ତ କରିବାକୁ ୬ଟି ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ ହୋଇଥିଲା । ଦୀର୍ଘ ୧୨ ଘଣ୍ଟା ପରେ କଠିନ ପରିଶ୍ରମ ଅଗ୍ନିଶମ ବାହୀନି ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି । ଅଗ୍ନିକାଣ୍ଡରେ ମଲରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଅନ୍ୟପଟେ ଏ ସମ୍ପର୍କରେ ପୋଲିସ ଏକ ଏଫଆଇଆର ଦାଖଲ କରି ତଦନ୍ତ ଆରମ୍ଭ କରିଛି । ଏହା ବ୍ୟତୀତ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପାଇଁ ଫରେନସିକ୍ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ।