ମୁମ୍ବାଇ: କଷ୍ଟମ ବିଭାଗକୁ ମିଳିଛି ବଡ ସଫଳତା। ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁମ୍ବାଇ କଷ୍ଟମ ବିଭାଗ ଚାରୋଟି ପୃଥକ ପୃଥକ ସ୍ଥାନରେ ଅପରେସନ କରି ସଫଳ ହୋଇଛି। ୮.୪୭ କୋଟି ଟଙ୍କା ମୂଲ୍ୟର 10 କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି କଷ୍ଟମ ବିଭାଗ। ଏହା ପରେ, ଏହି ମାମଲାରେ ତିନି ଜଣ ଘରୋଇ ବିମାନବନ୍ଦର କର୍ମଚାରୀଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି।
ସେମାନଙ୍କ କହିବା ମୁତାବକ,ଏହି ସାମଗ୍ରୀଗୁଡ଼ିକ ୧୩ ରୁ ୧୫ ମାର୍ଚ୍ଚ ମଧ୍ୟରେ ଜବତ କରାଯାଇଥିଲା ଏବଂ କିଛି ଅଭିଯୁକ୍ତ ସେମାନଙ୍କ ପୋଷାକ ଏବଂ ଅନ୍ତଃବସ୍ତ୍ରରେ ଏହି ମୂଲ୍ୟବାନ ଧାତୁ ଲୁଚାଇ ରଖିଥିଲେ। ଏହି ମାମଲାର ରିର୍ପୋଟ ଦେଲାବେଳେ ଜଣେ କଷ୍ଟମ ଅଧିକାରୀ କହିଥିଲେ, ଜଣେ ଘରୋଇ କର୍ମଚାରୀଙ୍କୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକାଯାଇଥିଲା ଏବଂ ତାଙ୍କ ପ୍ୟାଣ୍ଟ ପକେଟରୁ ୨.୮ କିଲୋଗ୍ରାମ ୨୪ କ୍ୟାରେଟ ସୁନା ମିଳିଥିଲା। ଯାହାର ମୂଲ୍ୟ ୨.୨୭କୋଟି ଟଙ୍କା ହେବ। ପରେ ସେହି ବ୍ୟକ୍ତିଙ୍କୁ କଷ୍ଟମ୍ସ ଆଇନ ଅନୁଯାୟୀ ଗିରଫ କରାଯାଇଥିଲା।
ଦ୍ୱିତୀୟ ଜବତରେ, ଆନ୍ତର୍ଜାତୀୟ ବିମାନ ବନ୍ଦରର ପ୍ରସ୍ଥାନ ଗେଟରେ ଅନ୍ୟ ଜଣେ ଘରୋଇ କର୍ମଚାରୀଙ୍କୁ ଅଟକାଯାଇଥିଲା। କଷ୍ଟମ୍ସ ବିଭାଗର ଅଧିକାରୀମାନେ ତାଙ୍କଠାରୁ ମହମ ଆକାରରେ ୨.୯ କିଲୋଗ୍ରାମ ଖାଣ୍ଟି ସୁନା ପାଇଥିଲେ, ଯାହାର ମୂଲ୍ୟ ୨.୩୬ କୋଟି ଟଙ୍କା ହେବ।
ତୃତୀୟ ଜବତରେ, ବିମାନବନ୍ଦରରେ ଆଉ ଜଣେ ଘରୋଇ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ଅନ୍ତଃବସ୍ତ୍ରରେ ଲୁଚାଇ ରଖାଯାଇଥିବା ୧.୬ କିଲୋଗ୍ରାମ ୨୪ କ୍ୟାରେଟ ସୁନା ଥିବା ଦୁଇଟି ପାଉଚ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୧.୩୧ କୋଟି ଟଙ୍କା ହେବ। ଅଧିକ ତଦନ୍ତ ପରେ, କର୍ମଚାରୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।
ଅନ୍ୟ ଏକ ଯାଞ୍ଚରେ, କଷ୍ଟମ୍ସ ଅଧିକାରୀମାନେ ବିମାନରେ ଥିବା ଶୌଚାଳୟ ଏବଂ ପ୍ୟାଣ୍ଟ୍ରି ଅଳିଆ ବ୍ୟାଗ ଯାଞ୍ଚ କରିବା ସମୟରେ ଦୁଇଟି କଳା ପାଉଚ୍ ପାଇଥିଲେ। ଯେଉଁଥିରୁ ୩.୧ କିଲୋଗ୍ରାମ ଶୁଦ୍ଧ ସୁନା ଯାହାକି ମହମ ଆକାରରେ ଥିଲା, ଯାହାର ମୂଲ୍ୟ ୨.୫୩ କୋଟି ଟଙ୍କା ହେବ। ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି କଷ୍ଟମ ଅଧିକାରୀ କହିଛନ୍ତି।
ଅଧିକା ପଢନ୍ତୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ; ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ