ନୂଆଦିଲ୍ଲୀ: ଅହମ୍ମଦାବାଦରେ ଗତ ସପ୍ତାହରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ର ବ୍ଲାକ୍ ବକ୍ସରୁ ଏବେ ଡାଟା ଫେରି ପାଇବା କଠିନ ହୋଇ ପଡ଼ିଛି । ସେଥିପାଇଁ ଉକ୍ତ ବ୍ଲାକ୍ ବକ୍ସକୁ ଆମେରିକା ପଠାଯିବାକୁ ଯୋଜନା କରାଯାଉଛି । ଭାରତୀୟ ଟିମ୍ ମଧ୍ୟ ଏଥିରେ ଯିବେ ବୋଲି ସୂଚନା ମିଳିଛି ।
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ବ୍ଲାକ୍ ବକ୍ସକୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା କେମିତି ହେଲା ଏବଂ ଏହାର ପ୍ରକୃତ କାରଣ କଣ ଖୁବ ଶୀଘ୍ର ଜଣାପଡ଼ିବ ବୋଲି ଆଶା ରହିଥିଲା । କିନ୍ତୁ ଏହି ଆଶା ମଉଳିବାରେ ଲାଗିଛି । ଦୁର୍ଘଟଣାରେ ନିଆଁର ଭୟାବହତା ଏତେ ଥିରେ ଥିଲା ଯେ ବ୍ଲାକ୍ ବକ୍ସ ମଧ୍ୟ ବହୁତ ମାତ୍ରାରେ କ୍ଷତି ଗ୍ରସ୍ତ ହୋଇଛି । ଫଳରେ ସେଥିରୁ ଡାଟା ସଂଗ୍ରହ କରିବାର ତଦନ୍ତକାରୀ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଉକ୍ତ ବ୍ଲାକ୍ ବକ୍ସକୁ ଆମେରିକାର ୱାଶଂଟନ ଡିସି ପଠାଯିବ । ସେଠାରେ ଥିବା ନ୍ୟାସାନଲ ଟ୍ରନ୍ସପୋର୍ଟ ସେଫଟି ବୋର୍ଡ ଏହାକୁ ଯାଞ୍ଚ କରିବା । ଭାରତୀୟ ଟିମ ମଧ୍ୟ ଉପସ୍ଥିତ ରହିବେ ଯେଉଁମାନେ ଯାଞ୍ଚର ରିପୋର୍ଟ ନେବେ ।
ବ୍ଲାକ୍ ବକ୍ସ...
ବ୍ଲାକ୍ ବକ୍ସ ବିମାନରେ ଖଞ୍ଜାଯାଇଥିବା ଏକ ଡିଭାଇସ୍ ଅଟେ । ଏଥିରେ କକପିଟ୍ ଭଏସ ରେକର୍ଡର୍ (ସିଭିଆର୍) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ (ଏଫ୍ ଡି ଆର୍ ) ଥାଏ । ବିମାନ ଉଡ଼ାଣ ସମୟରେ ଉକ୍ତ ବକ୍ସ ସମସ୍ତ ଡାଟା ରେକର୍ଡ କରି ରଖିଥାଏ । ଯେତେବେଳେ ଦୁର୍ଘଟଣା ହୁଏ ଏହି ବ୍ଲାକ୍ ବକ୍ସ ଦ୍ୱାରା ସମସ୍ତ କାରଣ ଜଣାପଡ଼ିଥାଏ । ବିମାନ କେମିତି ଦୁର୍ଘଟଣା ହେଲା ଏବଂ କେତେ ବେଗରେ ବିମାନ ଯାଉଥିଲା ଇତ୍ୟାଦି । ଏହା ସବୁଠାରୁ ମଜବୁତ ଡିଭାଇସ୍ ଅଟେ । ଏହା ନିଆଁରେ ମଧ୍ୟ ପୋଡ଼ି ନ ଥାଏ ।