ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଖାନଙ୍କ ବଡ଼ ଝଟକା ଲାଗିଛି । ବେଆଇନ ଭାବେ ଦୁଇ ଦୁଇଟି ପାସପୋର୍ଟ ଏବଂ ପାନକାର୍ଡ ରଖିବା ଅଭିଯୋଗରେ ସେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଆଜି କୋର୍ଟ ତାଙ୍କର ଦଣ୍ଡବିଧାନ କରିଛନ୍ତି । ଏହା ସହିତ ୫୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି ଉତ୍ତର ପ୍ରଦେଶ ରାମପୁର କୋର୍ଟ ।
ଭାରତୀୟ ଜନତା ପାର୍ଟିର ବିଧାୟକ ଆକାଶ ସକ୍ସେନା ଛଅ ବର୍ଷ ପୂର୍ବେ ଦୁଇଟି ପ୍ୟାନ୍ କାର୍ଡ ସମ୍ପର୍କିତ ସିଭିଲ ଲାଇନ୍ସ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ କରିଥିଲେ । ଡିସେମ୍ବର ୬, ୨୦୧୯ରେ ବିଜେପି ବିଧାୟକ ଅବଦୁଲ୍ଲା ଖାନ ଏବଂ ଅନ୍ୟ କିଛି ଲୋକଙ୍କ ନାମରେ ଅଭିଯୋଗ କରିଥିଲେ । ଧାରା ୪୨୦, ୪୬୭, ୪୬୮ ଓ ୪୭୧ ଆଧାରେ ମାମଲା ରୁଜୁ ହୋଇଥିଲେ । ଅଭିଯୋଗରେ ଥିଲା ଯେ ଅବଦୁଲ୍ଲା ଭିନ୍ନ ଜନ୍ମ ତାରିଖ ସହିତ ଦୁଇଟି ପାନ କାର୍ଡ ହାତେଇଥିବା ଦର୍ଶାଇଥିଲେ । ବିଧାୟକ ଦାବି କରିଛନ୍ତି ଯେ ପ୍ୟାନ୍ କାର୍ଡଗୁଡ଼ିକ ମିଥ୍ୟା ଏବଂ ନକଲି ପ୍ରମାଣପତ୍ର ଆଧାରରେ ତିଆରି ଏବଂ ବ୍ୟବହାର କରାଯାଇଥିଲା। ଗୋଟିଏ ପ୍ୟାନ୍ କାର୍ଡରେ ଅବଦୁଲ୍ଲାଙ୍କ ଜନ୍ମ ତାରିଖ ଜାନୁଆରୀ ୧, ୧୯୯୩ ଉଲ୍ଲେଖ ଥିବାବେଳେ ଅନ୍ୟଟିରେ ସେପ୍ଟେମ୍ବର ୩୦, ୧୯୯୦ ଦର୍ଶାଯାଇଛି । ଏଫ୍ଆଇଆର ଆଧାରରେ ପୋଲିସ ତଦନ୍ତ ସମାପ୍ତ କରିବା ପରେ ଅବଦୁଲ୍ଲାଙ୍କ ବିରୁଦ୍ଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା ।
ଏହି ମାମଲାରେ ଅବଦୁଲ୍ଲାଙ୍କ ବାପା ଆଜମ ଖାନ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।