ମୁମ୍ବାଇ: ମହାରାଷ୍ଟ୍ର ନଭି ମୁମ୍ବାଇର କାମୋଠେ ଅଞ୍ଚଳରେ ଏକ ଚଳନ୍ତା ସ୍କୁଲ ବସ୍ ଭିତରେ ତିନି ବର୍ଷ ଶିଶୁ କନ୍ୟା ସହିତ ଯୌନ ଶୋଷଣ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ବସ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ବସ୍ ଚାଳକ ଏକ ଘରୋଇ ବସ୍ ଚଲାନ୍ତି । ଏକ ଘରୋଇ ଶିଶୁ ବାଟିକା ବିଦ୍ୟାଳୟ ପିଲାଙ୍କୁ ନେବା ଆଣିବା ପାଇଁ ତାଙ୍କୁ ଭଡ଼ାରେ ରଖିଥିଲା । ଗତ ବୁଧବାର ଦିନ ୧୨ଟା ୩୦ ମିନିଟ୍ ସମୟରେ ବିଦ୍ୟାଳୟ ଛୁଟି ହେବା ପରେ ସମସ୍ତ ପିଲାଙ୍କୁ ନେଇ ବସ୍ ଚାଳକ ବାହାରିଥିଲେ । ଗୋଟି ଗୋଟି କରି ସବୁ ପିଲା ବସରୁ ଓହ୍ଲାଇ ସାରିବା ପରେ ଜଣେ ମାତ୍ର ପିଲା ଶେଷକୁ ଥିଲେ । ତାକୁ ଘର ପାଖକୁ ଛାଡ଼ିବାକୁ ନେବା ସମୟରେ ଚାଳକ ଜଣକ ତା ସହିତ ଯୌନ ଶୋଷଣ କରିଥିଲା ।
ଏହା ପରେ ଶିଶୁଟି ଘରେ ପହଁଚିବା ପରେ ପେଟରେ ଯନ୍ତ୍ରଣା ହେଉଥିବା ପରିବାର ଲୋକଙ୍କୁ କହିଥିଲା । ଶିଶୁ କନ୍ୟାର ଜେଜେମା ଅଧିକ ପଚାରିବାରୁ ବସ୍ ଡ୍ରାଇଭର୍ ତା ଶରୀର ବିଭିନ୍ନ ଅଂଶକୁ ଛୁଇଁଥିବା ସେ କହିଥିଲା । ଏ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତୁରନ୍ତ ଯାଞ୍ଚ କରି ଉକ୍ତ ବସ୍ ଡ୍ରାଇଭରକୁ ଗିରଫ କରିଛି ।