ନୂଆଦିଲ୍ଲୀ: ସଞ୍ଚାର ସାଥୀ ଆପକୁ ନେଇ ଜାରି ବିବାଦ ମଧ୍ୟରେ ସରକାରଙ୍କ ବଡ ଘୋଷଣା । ସରକାର କହିଛନ୍ତି ଫୋନରେ ଏହି ଆପ୍ ରଖିବା ଜରୁରୀ ନୁହେଁ । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଦୂରସଞ୍ଚାର ବିଭାଗ ନଭେମ୍ବରରେ ନିର୍ଦ୍ଦେଶ ଜାରି କରିଥିଲା ଯେ, ଭାରତରେ ବ୍ୟବହାର କରାଯାଉଥିବା ଫୋନଗୁଡିକରେ ସଞ୍ଚାର ସାଥୀ ରହିବା ବାଧ୍ୟତାମୂଳକ । ଏହାକୁ ଫୋନରୁ ଡିଲିଟ୍ କରାଯାଇ ପାରିବ ନାହିଁ । ବିରୋଧୀ ଏହି ଆପ୍ ଜରିଆରେ ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ କରିଥିଲେ ।
ସିନ୍ଧିଆ କହିଛନ୍ତି, ଆପକୁ ନେଇ ନା କୌଣସି ଗୁଇନ୍ଦାଗିରି କରାଯିବ ନା କୌଣସି କଲ୍ ମନିଟରିଂ । ଯଦି ଆପଣ ଚାହିଁବେ ଆକ୍ଟିଭ କରି ପାରିବେ, ନ ଚାହିଁଲେ କରିବେନି । ଯଦି ଫୋନରେ ରଖିବାକୁ ଚାହାନ୍ତି ରଖନ୍ତୁ । ଯଦି ଡିଲିଟ୍ କରିବାକୁ ଚାହାନ୍ତି ତେବେ ଡିଲିଟ୍ କରି ପାରିବେ । ଏଥିରେ କୌଣସି ବାଧ୍ୟବାଧକତା ନାହିଁ । ଏହା ଉପଭୋକ୍ତାଙ୍କ ସୁରକ୍ଷାର ବିଷୟ । କୌଣସି ବାଧ୍ୟବାଧକତା ନୁହେଁ ।
ମନ୍ତ୍ରୀ କହିଛନ୍ତି, ଯଦି ଆପନ ଏହି ଆପକୁ ଉପଯୋଗ କରିବାକୁ ଚାହାନ୍ତି ନାହିଁ ତେବେ ରେଜିଷ୍ଟର କରନ୍ତୁ ନାହିଁ । କିନ୍ତୁ ଦେଶର ପ୍ରତିଟି ଲୋକେ ଏହା ଜାଣି ନ ଥିବେ ଯେ, ଚୋରିରୁ ବଞ୍ଚାଇବା, ଠକାମୀରୁ ରକ୍ଷା କରିବା ପାଇଁ ଏହି ଆପ୍ ବିକଶିତ କରାଯାଇଛି । ପ୍ରତିଟି ବ୍ୟକ୍ତି ପର୍ଯ୍ୟନ୍ତ ଏହି ଆପ୍ ପହଞ୍ଚାଇବା ଆମର ଦାୟିତ୍ୱ । ଯଦି ଆପଣଙ୍କୁ ଡିଲିଟ୍ କରିବାର ଅଛି ତେବେ ଆପଣ ଡିଲିଟ୍ କରି ପାରିବେ । ଯଦି ବ୍ୟବହାର କରିବାର ନାହିଁ ତେବେ ରେଜିଷ୍ଟର କରନ୍ତୁ । ଯଦି ରେଜିଷ୍ଟର କରିବେ ନାହିଁ ତେବେ ଏହା କେମିତି ଆକ୍ଟିଭ ହେବ ବୋଲି ସିନ୍ଧିଆ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଯେବେ ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥାଏ, ସେମାନେ ଏମିତି ପ୍ରସଙ୍ଗ ଉଠାନ୍ତି । ଯଦି ବିରୋଧୀ ସାହାଯ୍ୟ କରିବାକୁ ଚାହୁଁ ନାହାନ୍ତି ତେବେ କରନ୍ତୁ ନାହିଁ । କିନ୍ତୁ ଆମର ଦାୟିତ୍ୱ ଗ୍ରାହକଙ୍କୁ ସାହାଯ୍ୟ କରିବା । ସଞ୍ଚାର ସାଥୀ ଏକ ଆପ୍, ଏକ ପୋର୍ଟାଲ । ଏହାରି ଆଧାରେ ପ୍ରତିଟି ୟୁଜର୍ସ ନିଜର ସୁରକ୍ଷା ନିଜ ହାତରେ କରି ପାରିବ । ଆଜି ପର୍ଯ୍ୟନ୍ତ ସଞ୍ଚାର ସାଥୀ ଆପ ୨୦ କୋଟି ଡାଉନଲୋଡ ହୋଇ ସାରିଛି ।
Also read: ଡିକେ ଶିବକୁମାରଙ୍କ ସହ ଭୋଜନ କଲେ ସିଦ୍ଧରମୈୟା, ପାର୍ଟି ହାଇକମାଣ୍ଡକୁ ନେଇ ଦେଲେ ବଡ ବୟାନ