ନୂଆଦିଲ୍ଲୀ, ଡିସେମ୍ବର ୪(ଖବର ଓଡିଶା):
ଦେଶରେ ଓମିକ୍ରନ୍କୁ ନେଇ ଆତଙ୍କ ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଛି ଓମିକ୍ରନ୍ । ଏବେ ସୁଦ୍ଧା ୩୮ଟି ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଆଶ୍ୱସ୍ତିକର ଖବର ଦେଇଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟରେ ଏଯାଏ କେହି ବି ପ୍ରାଣ ହରାଇନଥିବା ଜଣାପଡିଛି ।
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡାକ୍ତର ମାରିୟା ଭାନ୍ କେରକୋଭ କହିଛନ୍ତି ଯେ, କରୋନାର ନୂଆ ଭ୍ୟାରିଆଣ୍ଟ ୩୮ଟି ଦେଶରେ କାୟା ମେଲାଇଲାଣି । ନୂଆ ଭ୍ୟାରିଆଣ୍ଟ ବିଷୟରେ ଜାଣିବାକୁ ଆଉ ଏକ ସପ୍ତାହ ଲାଗିବ । ଏହା ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ନୂଆ ଭ୍ୟାରିଆଣ୍ଟ ଅଧିକ ମରାତ୍ମକ ହେବାର ନଜିର ଆସିନାହିଁ । ଏବେ ଭ୍ୟାକସିନରେ କୌଣସି ପରିବର୍ତ୍ତନ ହେବାର ଆବଶ୍ୟକତା ନାହିଁ ।
ନିକଟରେ ସ୍ୱିଜରଲ୍ୟାଣ୍ଡ ସରକାର ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ୧୦ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରିଥିଲେ । କେବଳ ଓମିକ୍ରନ୍ ରିସ୍କ ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ ଲାଗୁ ହେବ ।