ଉତ୍ତର ପ୍ରଦେଶର ଓରିଆରେ, ଜଣେ ମୁସଲିମ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କୁ କବର ନଦେଇ ତାଙ୍କର ଦାହ ସଂସ୍କାର କରିଥିଲେ। ତାଙ୍କ ପତ୍ନୀ ଜଣେ ହିନ୍ଦୁ ଥିଲେ। ସେ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ ହିନ୍ଦୁ ରୀତିନୀତି ଅନୁସାରେ କରିଥିଲେ। କାରଣ ତାଙ୍କ ସମ୍ପ୍ରଦାୟରେ ମୁସଲିମ ସମାଜର ଲୋକମାନେ ତାଙ୍କ ପତ୍ନୀଙ୍କୁ କବରସ୍ଥାନରେ କବର ଦେବାକୁ ଅନୁମତି ଦେଇନଥିଲେ। ତେଣୁ, ତାଙ୍କୁ ତାଙ୍କ ସ୍ତ୍ରୀଙ୍କ ଶେଷକୃତ୍ୟ କରିବାକୁ ବାଧ୍ୟ କରାଯାଇଥିଲା।ବର୍ତ୍ତମାନ ଏହି ଘଟଣାଟି ସେହି ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଯାଇଛି । ଦିବିୟାପୁର ଥାନା ଅଞ୍ଚଳର ଆସିନିରେ ୱାକର ଅଲିଙ୍କ ୫୫ ବର୍ଷୀୟା ପତ୍ନୀ ଭଗବତୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ ଅସୁସ୍ଥତା ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କ ଶେଷକୃତ୍ୟ ମୁସମାନ ଋତିନୀତିରେ ନ କରାଯାଇ ହିନ୍ଦୁ ଋତିନୀତିରେ ସମ୍ପର୍ଣ୍ଣ କରାଯାଇଥିଲା ।
ମୁସଲମାନ ସମ୍ପ୍ରଦାୟର ଲୋକମାନେ କହିଥିଲେ ଯେ ଭଗବତୀ ନିକାଃ କରିନଥିଲେ ଏପରି ପରିସ୍ଥିତିରେ ତାଙ୍କୁ କବର ଦିଆଯାଇପାରିବ ନାହିଁ। ତେଣୁ ୱାକର ଅଲି ତାଙ୍କ ସ୍ତ୍ରୀଙ୍କୁ ବିଦାୟ ଦେବା ପାଇଁ ହିନ୍ଦୁ ରୀତିନୀତିର ଆଶ୍ରୟ ନେଇଥିଲେ ଏବଂ ସେହି ଅନୁସାରେ ତାଙ୍କ ସ୍ତ୍ରୀଙ୍କର ଦାହ ସଂସ୍କାର କରିଥିଲେ।
ୱାକର ଅଲିଙ୍କ ପୁଅ ତାଙ୍କ ସ୍ତ୍ରୀଙ୍କ ପୂର୍ବରୁ ମୃତ୍ୟୁବରଣ କରିଥିଲେ, ସେ ତାଙ୍କ ପୁଅକୁ ଶ୍ମଶାନରେ କବର ଦେଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ସମ୍ପ୍ରଦାୟର ସଦସ୍ୟମାନେ ତାଙ୍କ ସ୍ତ୍ରୀଙ୍କୁ ଶ୍ମଶାନରେ କବର ଦେବାକୁ ମନା କରିଛନ୍ତି। ସେମାନେ କହିଛନ୍ତି ଯେ ମହିଳା ଜଣକ ନିକାଃ କରିନାହାଁନ୍ତି। ତେଣୁ, ତାଙ୍କୁ ଶ୍ମଶାନରେ କବର ଦିଆଯିବ ନାହିଁ। ତେଣୁ, ତାଙ୍କ ସ୍ୱାମୀ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ସ୍ତ୍ରୀ ଙ୍କର ଦାହ ସଂସ୍କାର କରିଥିଲେ। ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଆଗକୁ ଆସି ୱାକର ଅଲିଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ମୁକ୍ତିଧାମକୁ ନିଆଯାଇ ତାଙ୍କର ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ କରାଯାଇଥିଲା ।