୧୦୦ ଫୁଟ ଗଭୀର ବୋରୱେଲରେ ପଡ଼ିଗଲେ ମହିଳା । ଉଦ୍ଧାର କାର୍ଯ୍ୟ ଜାରିରହିଛି । ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ ପହଂଚିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ କୌଣସି ସଫଳତା ହାସଲ କରିନାହାଁନ୍ତି। ତଥାପି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରସ୍ତୁତ କରାଯାଉଛି । SDRF ଏବଂ NDRF ଟିମ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି ।
ସୂଚନା ଅନୁଯାୟୀ,ରାଜସ୍ଥାନ ଗାଙ୍ଗପୁରରେ ରାତି ପ୍ରାୟ ୮ ଟା ସମୟରେ ନିଜ ଘର ପଛ ପଟେ ଥିବା ଏହି ୧୦୦ ଫୁଟ ଗଭୀର ବୋରୱେଲ ଭିତରେ ମହିଳା ଜଣକ ଖସିପଡିଥିଲେ । ଅଧିକ ସମୟ ପର୍ଯ୍ୟନ୍ତ ଘରକୁ ନଆସିବାରୁ ଘରଲୋକେ ବହୁ ଖୋଜ ଖୋଜି କରିଥିଲେ କିନ୍ତୁ ପାଇନଥିଲେ। ଏହାପରେ ପରିବାର ସଦସ୍ୟ ସେହି ମହିଳାଙ୍କ ନିଖୋଜ ରିପୋର୍ଟ ଦାଖଲ କରିବାକୁ ଯାଉଥିଲେ। ସେହି ସମୟରେ ସେମାନେ ବୋରୱେଲ ବାହାରେ ତାଙ୍କ ଚପଲ ପଡିଥିବା ଦେଖିଥିଲେ । ଏହାଦେଖି ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ।
ଏହା ଜାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଂଚି SDRF ଏବଂ NDRF ଟିମଙ୍କୁ ମଧ୍ୟ ଜଣାଇଥିଲେ । ସୁରକ୍ଷାକର୍ମୀ ସେଠାରେ ପହଞ୍ଚି ରାତିସାରା ଉଦ୍ଧାର କାର୍ଯ୍ୟ କରିଥିଲେ । ମହିଳାଙ୍କ ସୁରକ୍ଷା ପାଇଁ ତାଙ୍କ ନିକଟକୁ ଅକ୍ସିଜେନ ପଠାଯାଇଛି। ଏଥିସହ ମୋବାଇଲ ଟର୍ଚ୍ଚ ସାହାଯ୍ୟରେ ମହିଳାଙ୍କ ହାତ ଦେଖାଯାଉଛି । ତେବେ ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅଧିକ ପଢନ୍ତୁ :ଉଟିରେ ଭୂସ୍ଖଳନ : ଶ୍ରମିକ ମୃତ