ତାମିଲନାଡୁର ଉଟିରେ ଭୂସ୍ଖଳନ । ଯାହାଫଳରେ ସେଠାରେ କାମ କରୁଥିବା ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ତାମିଲନାଡୁର ଉଟିରେ ଗୋଟେ ନୂଆ ଘର ନିର୍ମାଣ କରାଯାଉଥିଲା । ଏହି ଘର ତଳେ ଟାଙ୍କି ପାଇଁ ଗୋଟେ ଗାତ ଖୋଲାଯାଇଥିଲା । ଏହି ଗାତ ନିକଟରେ ହଠାତ ମାଟି ଧସି ଭୂସ୍ଖଳନ ହୋଇଯାଇଛି । ଯାହା ସେଠରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ କାଳ ପାଲଟିଗଲା । ଭୂସ୍ଖଳନରେ ଶ୍ରମିକମାନଙ୍କ ଜୀବନ ଚାଲିଗଲା । ଶ୍ରମିକଙ୍କ ମୃତ୍ୟୁ ହେବାସହିତ ଅନ୍ୟ କେତେକ ଶ୍ରମିକ ମଧ୍ୟ ନିଖୋଜ ଅଛନ୍ତି । ୭ ଶ୍ରମିକଙ୍କ ମୃତ୍ୟୁ ହେବା ସହିତ ଜଣେ ଶ୍ରମିକ ନିଖୋଜ ଅଛନ୍ତି ବୋଲି ସୂଚନା ମିଳିଛି । ଖବର ପାଇ, ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ଆତଙ୍କବାଦୀଙ୍କ ଗୁଳିକାଣ୍ଡରେ ଚାଲିଗଲା ଜଣଙ୍କ ଜୀବନ