ଆତଙ୍କବାଦୀଙ୍କ ଗୁଳିକାଣ୍ଡରେ ଚାଲିଗଲା ଜଣଙ୍କ ଜୀବନ । ଜାମ୍ମୁ କାଶ୍ମୀର ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ଯୁବକ ଜଣକଙ୍କ ଅବସ୍ଥା ଗୁରୁତର ମଧ୍ୟ ହୋଇଯାଇଛି । ଏହି ଗୁଳିକାଣ୍ଡ ଘଟଣାର ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରିଛନ୍ତି । ଆହତହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା କରାଯାଉଛି ।
ସୂଚନା ଅନୁଯାୟୀ,ବୁଧବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଶହୀଦ ଗଞ୍ଜରେ ଦୁଇଜଣକ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ଦୁଇଜଣଙ୍କ ଦେହରେ ଗୁଳି ବାଜିଥିଲା । ଯାହାଫଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ସୁରକ୍ଷାକର୍ମୀଙ୍କୁ ଖବର ଜଣାଇଥିଲେ । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହି ଖବର ପାଇଁ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଂଚି ସେହି ଅଂଚଳକୁ ଘେରାବନ୍ଦୀ କରିଛନ୍ତି ।
ଅଧିକ ପଢନ୍ତୁ :ଗିରଫ ହେଲା ଲଶ୍କର ଆତଙ୍କୀ