ଗିରଫ ହେଲା ଲଶ୍କର ଆତଙ୍କୀ । ବହୁ ଚେଷ୍ଟା ପରେ ଦିଲ୍ଲୀ ପୋଲିସକୁ ଏହି ସଫଳତା ମିଳିଛି । ଅଭିଯୁକ୍ତଙ୍କ ପରିଚୟ ମିଳିଥିଲା ବେଳେ ଅଭିଯୁକ୍ତ ଜଣକଙ୍କ ଅସ୍ତ୍ରଶସ୍ତ୍ର ଓ ମାଓ ଆତଙ୍କୀଙ୍କ ସହିତ ସମ୍ପର୍କ ଥିବା ଜଣାପଡିଛି । ସୂଚନା ଅନୁସାରେ , ଦିନକୁ ଦିନ ଆତଙ୍କବାଦୀମାନଙ୍କ କାର୍ଯ୍ୟ ବଢ଼ିବାରେ ଲାଗିଛି । ଯାହା ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ସମୟ ମଧ୍ୟରେ ଜାମ୍ମୁ କାଶ୍ମୀରର କୁପୱାରା ଠାରେ ଆତଙ୍କବାଦୀମାନେ ହମଲା କରିଥିଲେ । ଯାହାଫଳରେ ବହୁ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ଗିରଫ ହୋଇଥିବା ଲଶ୍କର ଆତଙ୍କବାଦୀ ଏହି ହମଲାରେ ସମ୍ପୃକ୍ତ ଥିବା ଜଣାପଡିଛି । ପୋଲିସ ଆତଙ୍କୀଙ୍କୁ ଗିରଫ କରି ଜାମ୍ମୁ କାଶ୍ମୀରର ଗୋଟେ ପୋଲିସ ଷ୍ଟେସନରେ ରଖିଛି । ପୋଲିସ ଗିରଫ କରିବା ପରେ ମଧ୍ୟ ଆତଙ୍କବାଦୀଙ୍କ ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି । ଗିରଫ ହୋଇଥିବା ଆତଙ୍କୀଙ୍କ ପାଖରୁ ଫୋନ ଓ ଗୋଟେ ସିମ କାର୍ଡ ଜବତ କରାଯାଇଛି । କାଶ୍ମୀରର କୁପୱାରାଠାରେ ହୋଇଥିବା ବିସ୍ପୋରଣ ସହିତ ଆଉ କେଉଁ ଆତଙ୍କବାଦୀ ସଂଗଠନ ଏହି ଘଟଣାରେ ସାମିଲ ଅଛି ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ମଧ୍ୟପ୍ରଦେଶର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୩ ମୃତ ୪୦ ଆହତ