ମଧ୍ୟପ୍ରଦେଶର ହରଡା ଜିଲ୍ଲାର ଏକ ବେଆଇନ ବାଣ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଆହତ ଥିବା ସୂଚନା ମିଳିଛି । ଆଜି ସକାଳେ ବିସ୍ଫୋରଣ ପରେ ସହରର ମଗରଧା ରୋଡରେ ଅବସ୍ଥିତ ଏକ ବେଆଇନ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। କାରଖାନାରେ ବାଣ ପ୍ରସ୍ତୁତ ପାଇଁ ରଖାଯାଇଥିବା ବାରୁଦରେ ନିଆଁ ଲାଗିବା ଫଳରେ ବିସ୍ଫୋରଣ ହୋଇଥିଲା । ବିସ୍ପୋରଣର ପ୍ରଭାବରେ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଘରକୁ ଥରାଇ ଦେଇଥିଲା।
ପ୍ରଚଣ୍ଡ ବିସ୍ଫୋରଣ ହେତୁ ଏହି ଅଞ୍ଚଳରେ ଭୟାଭୟ ପରିସ୍ଥିତି ସୃଷ୍ଟି ହୋଇଛି । କାରଖାନାରୁ ଉଠୁଥିବା ନିଆଁ ଏବଂ ଧୂଆଁ ବହୁତ ଦୂରରୁ ସ୍ପଷ୍ଟ ଦେଖାଯଯାଉଛି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡିଗୁଡ଼ିକୁ ଘଟଣାସ୍ଥଳକୁ ପଠାଯାଇଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣା ପରେ ବାଣ କାରଖାନା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ କାରଖାନା ପାଖରେ ଥିବା ଘର ଗୁଡିକରେ ପ୍ରବଳ ଉତ୍ତାପ ଅନୁଭୂତ ହେଉଛି । ବିସ୍ପୋରଣ ପରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରୁ ଦୌଡୁଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବିସ୍ଫୋରଣ ସମୟରେ ଅଗ୍ନିଶମ କାରଖାନାରେ ପ୍ରାୟ ୫୦୦ ଲୋକ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ : ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି , ଭାରତକୁ ଆସିବ ୩୧ଟି MQ-9B ଡ୍ରୋନ୍