ଆମେରିକା ଭାରତକୁ MQ-9B ପ୍ରିଡେଟର ଡ୍ରୋନ୍ ବିକ୍ରୟ କରିବାକୁ ଅନୁମତି ଦେଇଛି। ବର୍ତ୍ତମାନ ଏହି ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ଆମେରିକା ଏକ ବିବୃତ୍ତି ଜାରି କରିଛି । ଆମେରିକା ୩୧ ଟି ଡ୍ରୋନ୍ ଭାରତକୁ ବିକ୍ରି କରିବ ଯାହାର ଆନୁମାନିକ ମୂଲ୍ୟ ୪ ବିଲିୟନ ଡଲାର ଏବଂ ଏହା ଭାରତର ସାମୁଦ୍ରିକ ସୁରକ୍ଷା ବୃଦ୍ଧି କରିବ।
ଆମେରିକାର ବୈଦେଶିକ ବିଭାଗର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ଆମର ବିଶ୍ୱାସ ଯେ ଏହି ଡ୍ରୋନ ଭାରତକୁ ସାମୁଦ୍ରିକ ସୁରକ୍ଷା ଏବଂ ସାମୁଦ୍ରିକ ସଚେତନତା କ୍ଷମତା ପ୍ରଦାନ କରିବ। ସେ କହିଛନ୍ତି ଯେ ଏହି ପ୍ରତିରକ୍ଷା ଚୁକ୍ତି ଭାରତକୁ ଏହି ବିମାନଗୁଡ଼ିକର ସମ୍ପୂର୍ଣ୍ଣ ମାଲିକାନା ଦେବ ଏବଂ ଏହି ଚୁକ୍ତି ଜରିଆରେ ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତ୍ୱ ବଢିବ ।
କାହିଁକି କିଣା ଯାଉଛି ୩୧ ଟି ଡ୍ରୋନ୍ : -
ଭାରତ ଏହାର ସଶସ୍ତ୍ର ବାହିନୀର ନୀରିକ୍ଷଣ କ୍ଷମତା ବୃଦ୍ଧି କରିବା ପାଇଁ ଆମେରିକାରୁ ୩୧ ଟି MQ-9B ସଶସ୍ତ୍ର ଡ୍ରୋନ୍ କିଣିବାକୁ ନିଷ୍ପତ୍ତି ନେଇଛି ।
ଯେଉଁଥିରୁ ନୌସେନାକୁ ୧୫ ଟି ଡ୍ରୋନ୍ ମିଳିବ ଯାହା ସମୁଦ୍ର ଉପରେ ଦେଶର ସୁରକ୍ଷା ବଢାଇବ । ଏହା ବ୍ୟତୀତ ସ୍ଥଳସେନା ଏବଂ ବାୟୁସେନାକୁ ଆଠଟି ଡ୍ରୋନ୍ ପ୍ରଦାନ କରାଯିବ।
ଆମେରିକା କହିଛି ଯେ MQ9-B ସଶସ୍ତ୍ର ଡ୍ରୋନ୍ ଚୁକ୍ତି ଭାରତର ସାମୁଦ୍ରିକ ସୁରକ୍ଷା ଏବଂ ସାମୁଦ୍ରିକ ନିରୀକ୍ଷଣ କ୍ଷମତ କ୍ଷମତାକୁ ବୃଦ୍ଧି କରିବ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ଆମେରିକା ୩.୯୯ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ଭାରତରେ ୩୧ ଟି MQ-9B ସଶସ୍ତ୍ର ଡ୍ରୋନ୍ ବିକ୍ରିକୁ ଅନୁମୋଦନ କରିଥିଲା। ଏହା ମାନବ ବିହୀନ ନୀରିକ୍ଷଣ ଏବଂ ସମୁଦ୍ର ପଥରେ ଅନୁସନ୍ଧାନ ପାଟ୍ରୋଲିଂ ମାଧ୍ୟମରେ ବର୍ତ୍ତମାନ ତଥା ଭବିଷ୍ୟତର ବିପଦର ମୁକାବିଲା ପାଇଁ ଭାରତର ସାମର୍ଥ୍ୟକୁ ବୃଦ୍ଧି କରିବ । ଜୁନ୍ ୨୦୧୩ ରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ ସମୟରେ ଏହି ଡ୍ରୋନ୍ ଚୁକ୍ତି ଘୋଷଣା କରିଥିଲେ ।
ଅଧିକ ପଢନ୍ତୁ : କାଲିଫର୍ଣ୍ଣିଆରେ ତାଣ୍ଡବ ରଚୁଛି ପ୍ରକୃତି