କାଲିଫର୍ଣ୍ଣିଆରେ ତାଣ୍ଡବ ରଚୁଛି ପ୍ରକୃତି । ଜଳପ୍ରଳୟ ଓ ଭୂସ୍ଖଳନରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କାଲିଫର୍ଣ୍ଣିଆରେ ବଦଳିଯାଇଛି ପାଣିପାଗ। ଯାହାଫଳରେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ସ୍ଥାନୀୟ ଲୋକେ । ସାମୁଦ୍ରିକ ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ଯାହାଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ଝାଡା ତୋଫାନ ହେବାରୁ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । “ପାଇନାଆପଲ୍ ଏକ୍ସପ୍ରେସ୍” ଝଡ ସୋମବାର ଦକ୍ଷିଣ କାଲିଫର୍ଣ୍ଣିଆରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ଗୋଟେ ପଟେ ବାତ୍ୟାର ପ୍ରଭାବ ଅନ୍ୟପଟେ ବନ୍ୟା ହୋଇ ସବୁ ସ୍ଥାନରେ ଜଳମଗ୍ନ ହୋଇପଡିଛି।
ସୁଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଦକ୍ଷିଣ କାଲିଫର୍ଣ୍ଣିଆରେ ବାୟୁମଣ୍ଡଳୀ ନଦୀ କାରଣରୁ ପ୍ରବଳ ବର୍ଷା ହୋଇଥିଲା। ସବୁଆଡେ ଜଳପୂର୍ଣ୍ଣ ହୋଇ ବନ୍ୟା ପରିସ୍ଥିତି ଉପୁଜିଥିଲା। ଏହାପରେ ମଧ୍ୟ ଦାଉସାଜିଛି ପ୍ରକୃତି । ଝଡ ତୋଫାନ ପାଇଁ ସେଠାରେ ହଇଚଇ ସୃଷ୍ଟି ହୋଇଯାଇଛି । ଏହି ଘୂର୍ଣ୍ଣିବଳୟ ସମଗ୍ର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ବନ୍ୟା ଓ ଭୂସ୍ଖଳନ ହୋଇଛି। ଯାହା ଫଳରେ ଯାତାୟତରେ ଅସୁବିଧା ଦେଖା ଦେଇଛି। ତେବେ ସେଠାରେ ୩ କୋଟିରୁ ଅଧିକ ଲୋକ ବାସ କରନ୍ତି। ବନ୍ୟା ପରିସ୍ଥିତି, ପ୍ରବଳ ପବନ ଏବଂ ଝଡ଼କୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ତରଫରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି।
ଅଧିକ ପଢନ୍ତୁ :କେନିଆରେ ଗ୍ୟାସ ବିସ୍ଫୋରଣ: ୨ ମୃତ, ୧୬୭ ଆହତ