ନୂଆଦିଲ୍ଲୀ: ମିଳିତ ଜାତିସଂଘ ମହାସଭାରେ ପୁଣି ଥରେ ଭାରତ ପାକିସ୍ତାନକୁ ଭଲ କି ଧୋଇ ଦେଇଛି । ଅନେକ ଦେଶର ପ୍ରତିନିଧିଙ୍କ ପରେ ଭାରତର ପାଳି ପଡିଥିଲା । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୁଯୋଗ ହାତଛଡା ନ କରି ସମସ୍ତ ଦେଶକୁ ଜଣାଇଛନ୍ତି ଯେ, ପାକିସ୍ତାନ ଆତଙ୍କବାଦର ଆଡ୍ଡା । ମାତ୍ର ଜୟଶଙ୍କର ଏହି ଟିପ୍ପଣୀ ଉପରେ କଂଗ୍ରେସ ନେତା ଉଦିତ ରାଜ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଯଦି ପାକିସ୍ତାନ ଆତଙ୍କବାଦର ଗଢ ତେବେ ତା ସହ କ୍ରିକେଟ୍ କାହିଁକି ଖେଳୁଛ ।
ପିିଟିଆଇ ସହ ଆଲୋଚନା ବେଳେ ଉଦିତ ରାଜ ପଚାରିଛନ୍ତି ଯେ, ଯଦି ପାକିସ୍ତାନ ଆତଙ୍କବାଦର ଗଡ ତେବେ ଏହି ଦେଶ ସହ କାହିଁକି କ୍ରିକେଟ୍ ଖେଳୁଛ ? କଣ ଏହା ଆମିତ ଶାହଙ୍କ ପୁଅଙ୍କ ହିତ ପାଇଁ କିମ୍ବା ଅର୍ଥ ରୋଜଗାର କରାଯିବା ଉଦ୍ଦେଶ୍ୟରେ ଖେଳା ଯାଉଛି ? ଉଦିତ ରାଜ କହିଛନ୍ତି, ଜୟଶଙ୍କରଙ୍କ ପାକିସ୍ତାନକୁ ଆତଙ୍କବାଦୀ କହିବା ଏବଂ ପରେ କ୍ରିକେଟ୍ ବି ଖେଳିବା ଏହା ତାଙ୍କର ଦୋମୁହାଁ ଚରିତ୍ରକୁ ଦର୍ଶାଉଛି । ଦର୍ଶକ ଯେଉଁ କ୍ରିକେଟ୍ ଦେଖୁଛନ୍ତି, ଏହା ପଛରେ ବହୁତ ବଡ ରହସ୍ୟ ଛପି ରହିଛି । ଅନେକ ଥର ତ ଏହା ସ୍ଥିର କରାଯାଏ ଯେ କିଏ ଜିତିବ ଏବଂ କିଏ ହାରିବ । ଏଥିପାଇଁ ଲକ୍ଷ କୋଟିର ନେଣଦେଣ ହୋଇଥାଏ । ଯେବେ ଅପରେସନ ସିନ୍ଦୂର ଚାଲିଛି , ତେବେ ଆପଣ ଏସିଆ କପରେ ପାକିସ୍ତାନ ସହ ଦଳ ସହିତ କାହିଁକି କ୍ରିକେଟ୍ ଖେଳୁଛନ୍ତି? ଏହାର ଜବାବ ଭାରତ ସରକାରଙ୍କୁ ଦେବା ଉଚିତ୍ ।
ସୂଚନାଯୋଗ୍ୟ , ମିଳିତ ଜାତିସଂଘ ମହାସଭାର ୮୦ତମ ସାଧାରଣ ଅଧିବେଶନରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏହି ମଞ୍ଚରେ ନାଁ ନେଇ ପାକିସ୍ତାନକୁ ଖୁବ୍ ଶୁଣାଇଛନ୍ତ । ସେ ଶେହବାଜ ସରିଫଙ୍କ ଦେଶକୁ ଏମିତି ଏକ ଦେଶ ଦର୍ଶାଇଛନ୍ତି, ଯେଉଁଠୁ ବିଶ୍ୱର କୌଣସି ବି ସ୍ଥାନରେ ଆତଙ୍କୀ ହମଲା ହୋଇପାରେ । ନିଜର ପଶ୍ଚିମ ପଡୋଶୀ ଦେଶ ଉପରେ ନିଶାଣ ସାଧି ବୈଦେଶିକ ମନ୍ତ୍ରୀ ପାକିସ୍ତାନକୁ ବୈଶ୍ୱିକ ଆତଙ୍କବାଦର କେନ୍ଦ୍ର କହିଛନ୍ତି ।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆତଙ୍କବାଦ ବିରୋଧରେ ଲଢେଇକୁ ପ୍ରାଥମିକତା ଦେଇଛନ୍ତି । ଆତଙ୍କବାଦର ମୁକାବିଲା ପାଇଁ କରିବା ଆମର ବିଶେଷ ପ୍ରାଥମିକତା । ଭାରତ ସ୍ୱାଧୀନତା ପରଠୁ ଏହି ଆତଙ୍କବାଦର ସାମ୍ନା କରି ଆସୁଛି । କାରଣ ଆମର ପଡୋଶୀ ଆତଙ୍କବାଦର କେନ୍ଦ୍ର । ଦଶନ୍ଧି ଧରି ଅନ୍ତର୍ଜାତୀୟ ସ୍ତରରେ ଯେତେ ବି ବଡ ଆତଙ୍କୀ ହମଲା ହୋଇଛି, ଏହାର ଶ୍ରେୟ ସେହି ଦେଶକୁ ହିଁ ଦିଆଯାଏ । ମିଳିତ ଜାତିସଂଘର ଆତଙ୍କବାଦୀଙ୍କ ତାଲିକାରେ ଉକ୍ତ ଦେଶର ନାଗରିକ ଭର୍ତ୍ତି ହୋଇ ଅଛନ୍ତି ।
Also read: ଏସିଆ କପ୍ ଫାଇନାଲରେ ବଦଳିବ କି ଦୁବାଇ ପିଚର ରଙ୍ଗ ? ଟସ୍ ଜିତିଲେ କଣ କରିବା ଉଚିତ୍